
ମାଲକାନଗିରି, ୧୫ ଜାନୁଆରୀ (ହି.ସ.)- ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ୧୪ ବର୍ଷରୁ କମ୍ ଜିଲ୍ଲା ସ୍ତରୀୟ କ୍ରି କେ ଟ ପ୍ରତି ଯୋଗିତାରେ ତୃତୀୟ ପର୍ଯ୍ୟାୟର ପ୍ରାରମ୍ଭିକ ଲିଗ୍ ରେ ମାଲକାନଗିରି ଟିମ୍ ବିଜୟ ହାସଲ କରିଛି I ମାଲକାନଗିରି ଏବଂ କିଟ୍ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I
ଭୁବନଶ୍ଵର ସୋଆ ଗ୍ରାଉଣ୍ଡ ଠାରେ ଟୁର୍ଣ୍ଣାମେଣ୍ଟର ଲିଗ ହୋଇଥିବା ବେଳେ କିଟ ଦଳକୁ ହରାଇ ମାଲକାନଗିରି ଟିମ୍ ବିଜୟ ହାସଲ କରିଛି । ଟଚ୍ ଜିତି କିଟ୍ ପ୍ରଥମେ ଫିଲଡିଂ କରିଥିଲେ I ୫୦ ଓଭର ବିଶିଷ୍ଟ ମ୍ୟାଚ ରେ ମାଲକାନଗିରି ଟିମ୍ ପ୍ରଥମେ ବ୍ୟାଟିଂ କରି ୩୨.୪ ଓଭର ରେ ସମସ୍ତ ଉଇକେଟର ହରାଇ ୧୧୦ ରନ୍ କରିଥିଲେ!ମାଲକାନଗିରି ଦଳରେ ସର୍ବାଧିକ ସ୍କୋର ନିଶାନ୍ତ ରାୟ ଏବଂ ରାଜେଶ ଶୟମଙ୍କ ବ୍ୟାଟ ରୁ ବାହାରିଥିଲା I ମାଲକାନଗିରି ଦଳର ବୋଲର ଶାହିଲ ସେଠୀ ୩, ଗଙ୍ଗା ବେଟି ୩ ଏବଂ ରାଜେଶ ଶୟମ ୨ ଉଇକେଟ ସଂଗ୍ରହ କରିଥିଲେ I ୧୪ ରନ ଦେଇ ୩ଟି ବହୁମୂଲ୍ୟ ଉଇକେଟ ନେବାରୁ ଶାହିଲ ମ୍ୟାନ ଓଫ ଦ ମ୍ୟାଚ ହୋଇଥିଲେ I ସେହିପରି କିଟ୍ ଦଳ ୩୫.୫ ଓଭର ରେ ସମସ୍ତ ଉଇକେଟ ହରାଇ ୮୫ ରନ୍ ସଂଗ୍ରହ କରିଥିଲା ଏବଂ ୨୫ ରନ୍ ରେ ହାର ର ସାମ୍ନା କରିଥିଲେ! ମାଲକାନଗିରି ଟିମ୍ ତୃତୀୟ ପର୍ଯ୍ୟାୟ ପ୍ରାରମ୍ଭିକ ଲିଗ୍ ଗ୍ରୁପ୍ ଟେବୁଲ୍ ଡି, ଏକ-ଦିନିକିଆ ଫର୍ମାଟରେ ଆଗକୁ କଟକ,ମୟୂରଭଞ୍ଜ, ପୁରୀ ରାଉରକେଲା ଏବଂ ଦେଓଗଡ଼ ଟିମ୍ ସହିତ ଖେଳିବ!ପ୍ରଥମ ମ୍ୟାଚ ଜିତିବା ପରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ଭିତରେ ବେଶ ଉତ୍ସାହ ଦେଖୁବାକୁ ମିଳିଛି I
ଏହି ମ୍ୟାଚ ସମୟରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ମ୍ୟାନେଜର ସତବିର ସିଂ ରେୟର, ଟିମ୍ ମ୍ୟାନେଜର ଆକାଶ ପ୍ରଧାନ ଏବଂ କୋଚ୍ ବିଶାଳ ମାଲାକାର ଉପସ୍ଥିତ ରହି ଖେଳାଳି ମାନଙ୍କର ମନୋବଳକୁ ଦ୍ଵିଗୁଣିତ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ