
ଜୟପୁର, ୧୫ ଜାନୁଆରୀ (ହି.ସ.)- ବିକ୍ରମଦେବ ବିଶ୍ୱ ବିଦ୍ୟାଳୟ ପରିସରରେ ଭାରତୀୟ ସେନା ଦିବସ ପାଳିତ ହୋଇଛି । ଏହି ଦିବସ ଉପଲକ୍ଷେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମାନେ ଭାରତୀୟ ସେନା ମାନଙ୍କର ବୀରତ୍ୱ ଭାବକୁ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ପ୍ରତିବର୍ଷ ଜାନୁଆରି ୧୫ ଦିନକୁ ଭାରତୀୟ ସେନା ଦିବସ ଭାବେ ପାଳନ କରାଯାଏ । ଏହି ଦିନଟି ଆମ ସେନାମାନଙ୍କର ସାହାସ, ବଳିଦାନ ଓ ଦେଶପ୍ରେମକୁ ସ୍ମରଣ କରିବାରେ ଏକ ଅବସର । ଭାରତୀୟ ସେନା ଆମ ଦେଶର ସୁରକ୍ଷାର ଅଦମୟ ପ୍ରହରୀ । ତ୍ରୀବ୍ର, ଶୀତ, ତପ୍ତ ମରୁଭୁମି, ଘନ ଜଙ୍ଗଲ ଓ ଉଚ୍ଚ ପାହାଡରେ ରହି ସେମାନେ ଦେଶର ସୀମାକୁ ସୁରକ୍ଷିତ କରନ୍ତି । ଆମେ ନିର୍ଭୟରେ ବୁଲୁଥିବା ବେଳେ ସେମାନେ ରାତି ଦିନ ଜଗି ଦେଶକୁ ରକ୍ଷା କରିଥାନ୍ତି । ସେନା ଜବାନ ମାନେ କେବଳ ଯୋଦ୍ଧା ନୁହେଁ, ସେମାନେ ଆମ ପାଇଁ ପ୍ରେରଣା । ସେ ମାନଙ୍କର ଶିଷ୍ଟାଚାର, ନିଷ୍ଠା ଓ ଦେଶପ୍ରେମ ସାରା ଦେଶ କିଛି କରିବା ପାଇଁ ପ୍ରେରିତ କରେ । ବକ୍ତବ୍ୟ ପରେ ଭାରତୀୟ ସେନା ଦିବସ ବିଷୟରେ ସାମୁହିକ ଆଲୋଚନା କରାଯାଇଥିଲା । ଏବଂ ଶେଷରେ ଭାରତୀୟ ସେନାଙ୍କୁ ତାଙ୍କ ବିରତ୍ୱ ଓ ତ୍ୟାଗ ପାଇଁ ସେଲ୍ୟୁଟ ପ୍ରଦାନ କରାଯାଇଥିଲା । ଲେଫ୍ଟନାଣ୍ଟ ସନ୍ତୋଷିନୀ ମୁଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଏସୟୁଓ ଶୀତଳ ନନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି