ଅବୈଧ ଖଣି ଖନନ ଏବଂ ପରିବହନ ଉପରେ ଚଢଉ
ବଲାଙ୍ଗିର, ୧୫ ଜାନୁଆରୀ (ହି.ସ.)- ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆଗଲପୁରର ବ୍ଲକରେ ହେଉଥିବା ଅବୈଧ ଖଣି ଖନନ ଏବଂ ପରିବହନ ଉପରେ ଚଢଉ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ଦ୍ଵାରା ମିଳିତ ଭାବେ ରଫାଖୋଲ ଗ୍ରାମ ନିକଟ ଅଙ୍ଗ ନଦୀ ଠାରେ ଏହି ଚଢଉ କରା
ଅବୈଧ ଖଣି ଖନନ ଏବଂ ପରିବହନ ଉପରେ ଚଢଉ


ଅବୈଧ ଖଣି ଖନନ ଏବଂ ପରିବହନ ଉପରେ ଚଢଉ


ବଲାଙ୍ଗିର, ୧୫ ଜାନୁଆରୀ (ହି.ସ.)- ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆଗଲପୁରର ବ୍ଲକରେ ହେଉଥିବା ଅବୈଧ ଖଣି ଖନନ ଏବଂ ପରିବହନ ଉପରେ ଚଢଉ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ଦ୍ଵାରା ମିଳିତ ଭାବେ ରଫାଖୋଲ ଗ୍ରାମ ନିକଟ ଅଙ୍ଗ ନଦୀ ଠାରେ ଏହି ଚଢଉ କରାଯାଇଥିଲା । ବାଲି ମଫିଆମାନେ ନଦୀବନ୍ଧରେ ଥିବା ବନ୍ୟା ପ୍ରତିରୋଧକ କାନ୍ଥକୁ କାଟି ନଦୀ ମଧ୍ୟକୁ ରାସ୍ତା କରିଛନ୍ତି । ବାଲି ଚୋରା ଚାଲାଣରେ ସମ୍ପୃକ୍ତ ତିନୋଟି ହାଇୱା ଜବତ କରାଯାଇ ସାଲେଭଟା ଥାନାକୁ ହସ୍ତାନ୍ତର କରାଯାଇଛି । ସେଠାରେ ଏକ ଚେନ୍ ମାଉଣ୍ଟ ଏକ୍ସଭେଟରକୁ ମଧ୍ୟ ଜବତ କରାଯାଇଛି । ଏହାର ମାଲିକଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କନିଷ୍ଠ ଖଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ, ଦୋଷୀ ବିରୁଦ୍ଧରେ ଏଫଆଇଆର ଦାଖଲ କରିବା ସହ ବନ୍ୟା ପ୍ରତିରୋଧକ କାନ୍ଥକୁ ଯଥାଶୀଘ୍ର ମରାମତି କରିବା ପାଇଁ ନିର୍ଦ୍ଦେଶ କରାଯାଇଛି ।

ଏହି ଚଢଉରେ ଡେପୁଟି କଲେକ୍ଟର ସତ୍ୟଜିତ ବାରିକ, ତହସିଲଦାର ଆଗଲପୁର ନବୀନ କିଶୋର ପାଢୀ, କନିଷ୍ଠ ଖଣି ଅଧିକାରୀ ଦେବାଶିଷ ଦେହୁରି, ଶୁଭମ ବିଶ୍ଵାଳ, ସହକାରୀ ଜିଲ୍ଲାପାଳ ଜୟକୃଷ୍ଣ ପାଣିଗ୍ରାହୀ, ସାଲେଭଟା ଆରଆଇ ଏବଂ ପୋଲିସ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande