
ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ପ୍ରତି ଶନିବାର ହେବ ଭିତିଭୂମି ସମୀକ୍ଷା ବୈଠକ। ସଚିବ ମାନେ ଫିଲଡ଼ ଭିଜିଟ ବେଳେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଜେଟ ଖର୍ଚ୍ଚ ବଢ଼ାଇବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଦ୍ୱିତୀୟ ସଚିବ ସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି।
ଗୁରୁବାର ଦିନ ଖାରବେଳ ଭବନରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବଜେଟ ଖର୍ଚ୍ଚ, ରାଜସ୍ୱ ଆଦାୟ, ବିଭିନ୍ନ ଆଇନ ସଂଶୋଧନ ଏବଂ ପୂର୍ଣ୍ଣାଙ୍ଗ ବଜେଟ ନେଇ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ସୂତ୍ରୀ କାର୍ଯ୍ୟକ୍ରମ ନେଇ ବିଭାଗ ଗୁଡିକ କଣ ପଦକ୍ଷେପ ନେଇଛନ୍ତି ସେ ନେଇ ସଚିବ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏହା ସହ କ୍ଷେତ୍ର ପରିଦର୍ଶନ ବେଳେ ପାନୀୟ ଜଳ ମେଗା ବିଳମ୍ବିତ ହେଊଥିବାରୁ ତାକୁ ଗୁରୁତ୍ୱ ଦେଇ ସମୀକ୍ଷା କରିବାକୁ ସଚିବ ମାନଙ୍କୁ ନିର୍ଦ୍ଦେଶ ହୋଇଛି। ସେହିପରି ପ୍ରତି ଶନିବାର ହେବ ଭିତି ଭୂମି ଉପରେ ସମୀକ୍ଷା ହେବ। ଚଳିତ ବଜେଟ ବର୍ତମାନ ସୁଦ୍ଧା ୫୦ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ୬୦ ପ୍ରତିଶତ ବଜେଟ ଖର୍ଚ୍ଚ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହା ଆସନ୍ତା ପୂର୍ଣ୍ଣାଙ୍ଗ ବଜେଟ ଉପରେ ବିଭାଗ ଗୁଡିକ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ରାଜସ୍ୱ ଆଦାୟ କେମିତି ବୃଦ୍ଧି ହେବ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯିବ। ସମସ୍ତ ବିଭାଗର ସଚିବ ମାନେ ମଧ୍ୟ ଅନ୍ୟ କୌଣସି ଦିନ ବୈଠକ ନଡାକି ସେହିଦିନ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା