ଆଉ ଜଣେ ଠକ ଡାକ୍ତର ଗିରଫ
ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ଆଉ ଜଣେ ଠକ ଡାକ୍ତର ଗିରଫ । ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ କରିଥିଲା ନକଲି ଡାକ୍ତର । ଅଭିଯୋଗ ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପାହାଳ ଥାନା ପୋଲିସ । ଗିରଫ ଅଭିଯୁକ୍ତ ରଞ୍ଜୀବ କୁମାର ପ୍
ଆଉ ଜଣେ ଠକ ଡାକ୍ତର ଗିରଫ


ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ଆଉ ଜଣେ ଠକ

ଡାକ୍ତର ଗିରଫ । ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ

କରିଥିଲା ନକଲି ଡାକ୍ତର । ଅଭିଯୋଗ ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପାହାଳ ଥାନା ପୋଲିସ । ଗିରଫ

ଅଭିଯୁକ୍ତ ରଞ୍ଜୀବ କୁମାର ପ୍ରଧାନ । ୨୦୨୧ରେ ମାଟ୍ରିମୋନି ସାଇଟ୍‌ରେ ଅଭିଯୁକ୍ତ ନିଜକୁ ଡକ୍ଟର

ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ

ଯୋଗାଯୋଗରେ ଆସିଥିଲା । ସାନ ଭାଇ ତୁଷାର ରାୟଗଡ଼ା ଏସବିଆଇରେ ଡେପୁଟି ମ୍ୟାନେଜର ବୋଲି ଅଭିଯୋକାରିଣୀଙ୍କ ପରିବାରକୁ କହିଥିଲା । ବ୍ୟାଙ୍କର

ବିଭିନ୍ନ ପଲିସ କରିବା ନାଁରେ ଅଭିଯୁକ୍ତ ମହିଳାଙ୍କ ବାପାଙ୍କ ଠାରୁ 22 ଲକ୍ଷ ଟଙ୍କା ନେଇଥିଲ । ଟଙ୍କା

ନେବାପରେ ଅଭିଯୁକ୍ତ ଆଉ ଧରା ଛୁଆ ଦେଉନଥିବା ପରେ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ମହିଳା

। ତଦନ୍ତ ବେଳେ ଜଣା ପଡିଲା ଅଭିଯୁକ୍ତ ରଞ୍ଜୀବ କୌଣସି ଡାକ୍ତର ହୋଇନଥିବା ବେଳେ ତାଙ୍କର କୌଣସି

ଭାଇ ନଥିବା ପୋଲିସ ଜାଣିବାକୁ ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande