ସମ୍ବଲପୁରରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିକଟରେ ସମ୍ବଲପୁର ଜିଲ୍ଲା ଗସ୍ତ କରି ସେଠାରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବିଭାଗୀୟ ଅଧିକାରୀ
ସମ୍ବଲପୁରରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ


ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିକଟରେ ସମ୍ବଲପୁର ଜିଲ୍ଲା ଗସ୍ତ କରି ସେଠାରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ଧାନ କିଣାର ଅଗ୍ରଗତି, ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧିନସ୍ଥ ହିତାଧିକାରୀ ମାନଙ୍କୁ ଠିକ ସମୟରେ ଚାଉଳ ପ୍ରଦାନ ଏବଂ ଜିଲ୍ଲାରେ ଜାରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଶ୍ରୀ ପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରି ଏହି ସମୀକ୍ଷା କରିଛନ୍ତି ।

ଯୋଜନା ଓ ସଂଯୋଜନ ବିଭାଗର ବିଜ୍ଞପ୍ତି ସଂ ୧୮୭୩୫ ତା ୨୭/୧୨/୨୦୨୪ ଅନୁଯାୟୀ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆ ଯାଇଛି । ସେହିପରି ଏହି ପତ୍ରକୁ ଆଧାର କରି ସଂସଦୀୟ ବ୍ୟାପାର ବିଭାଗ ପତ୍ର ସଂଖ୍ୟା ୩୩୬୯ ତା.୦୯/୦୫/୨୫ ମାଧ୍ୟମରେ ସମ୍ପୃକ୍ତ ଉପ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ ମାନଙ୍କୁ ସମ୍ପୃକ୍ତ ମନ୍ତ୍ରୀ ମାନଙ୍କୁ ଜିଲ୍ଲାରେ ଜାରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ପ୍ରଭାରୀ ମନ୍ତ୍ରୀ ଭାବେ ନିଯୁକ୍ତି ହୋଇଥିବା ଅବଗତ କରାଯାଇଥିଲା । ଶ୍ରୀ ପାତ୍ର ସରକାରୀ ଭାବେ ଏହି ଦୁଇ ଜିଲ୍ଲା ବିଭିନ୍ନ ସମୟରେ ଗସ୍ତ କରି ଉନ୍ନୟନ ପ୍ରକଳ୍ପ, ପ୍ରମୁଖ ଜନ ହିତକର କାର୍ଯ୍ୟକ୍ରମର ସମୀକ୍ଷା କରିବେ । ସେହିଭଳି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ପତ୍ର ସଂଖ୍ୟା ୨୦୫୪୭ ତା.୦୫/୧୨/୨୦୨୫ ଅନୁସାରେ ଚଳିତ ଖରିଫ ଋତୁରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ପ୍ରକ୍ରିୟାକୁ ତଦାରଖ, ସମୀକ୍ଷା ଓ ସମନ୍ୱୟ ରକ୍ଷା ପାଇଁ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ଦିଆ ଯାଇଥିଲା। ପତ୍ର ଅନୁଯାୟୀ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ବରଗଡ ଓ ସମ୍ବଲପୁର ଜିଲ୍ଲାର ଧାନ ସଂଗ୍ରହ ସମୀକ୍ଷା ଦାୟିତ୍ୱ ମଧ୍ୟ ଦିଆଯାଇଛି । ଏହି ମର୍ମରେ ଶ୍ରୀ ପାତ୍ର ସରକାରୀ ଭାବେ ସମ୍ବଲପୁର ଗସ୍ତରେ ଯାଇ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande