ଯାଯାତି-୨୦୨୬ ମଂଚରେ ସ୍ଥାନୀୟ କଳାକାରଙ୍କୁ ଅଗ୍ରାଧିକାର : ଅଡିସନ ପାଇଁ ଭିଡିଓ ଆହ୍ୱାନ
ଧର୍ମଶାଳା,୧୫ଜାନୁଆରୀ(ହି.ସ.) - ଆସନ୍ତା ଫେବ୍ରୃଆରୀ ମାସରେ ଆୟୋଜିତ ହେବାକୁ ଥିବା ଯାଜପୁର ଜିଲା ମହୋତ୍ସବ ‘ଯଯାତି-୨୦୨୬’ ପାଇଁ ପ୍ରସ୍ତତି ଜୋରଦାର ଚାଲିଛି । ଯାଜପୁର ଜିଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ କୋରେଇ ବିଧାୟକ ଆକାଶଦାସ ନାୟକ ମହେତ୍ସବରେ ସ୍ଥାନୀୟ
ଯାଯାତି-୨୦୨୬ ମଂଚରେ ସ୍ଥାନୀୟ କଳାକାରଙ୍କୁ ଅଗ୍ରାଧିକାର : ଅଡିସନ ପାଇଁ ଭିଡିଓ ଆହ୍ୱାନ


ଧର୍ମଶାଳା,୧୫ଜାନୁଆରୀ(ହି.ସ.) - ଆସନ୍ତା ଫେବ୍ରୃଆରୀ ମାସରେ ଆୟୋଜିତ ହେବାକୁ ଥିବା ଯାଜପୁର ଜିଲା ମହୋତ୍ସବ ‘ଯଯାତି-୨୦୨୬’ ପାଇଁ ପ୍ରସ୍ତତି ଜୋରଦାର ଚାଲିଛି । ଯାଜପୁର ଜିଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ କୋରେଇ ବିଧାୟକ ଆକାଶଦାସ ନାୟକ ମହେତ୍ସବରେ ସ୍ଥାନୀୟ କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ମତପୋଷଣ କରିଥିଲେ । ଏହି ଅବସରରେ ଜିଲାର ପ୍ରତିଭାବାନ କଳାକାରମାନଙ୍କୁ ମହୋତ୍ସବରେ ମୁଖ୍ୟ ମଂଚରେ ସୁଯୋଗ ଦେବା ପାଇଁ ଜିଲା ସଂସ୍କୃତି ପରିଷଦ ନିସ୍ପତି ଗ୍ରହଣ କରିଛି । ତେଣୁ ଯାଜପୁର ଜିଲାର ଯେଉଁ ସାଂସ୍କୃତିକ ଅନୁଷ୍ଠାନ ଓ ଦଳମାନଙ୍କର ଶାସ୍ତ୍ରୀୟ ନୃତ୍ୟ,ଅର୍ଦ୍ଧ-ଶାସ୍ତ୍ରୀୟ ନୃତ୍ୟ,ଲୋକ ନୃତ୍ୟ,କଣ୍ଢେଇ ନାଚ କ୍ଷେତ୍ରରେ ମଂଚ ପ୍ରଦର୍ଶନର ସୁନାମ ଓ ଦକ୍ଷତା ରହିଛି,ସେମାନଙ୍କଠାରୁ ଅବେଦନ ଆହ୍ୱାନ କରାଯାଉଛି ବୋଲି ଜିଲା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି । ଆଗ୍ରହୀ ସାଂସ୍କୃତିକ ଦଳମାନଙ୍କୁ ନିଜ ଦଳର ବିଗତ ଦିନର କିମ୍ବା ବର୍ତମାନ ସମୟର ଏକ ଉନ୍ନତମାନର ପ୍ରଦର୍ଶନ ଭିଡିଓ ଉତୋଳନ କରି ଏବଂ ଲିଖିତ ଦରଖାସ୍ତ ସହିତ ଇ-ମେଲ ଯଯାତିମହୋତ୍ସବଆରଦରେଟ୍ ଜିମେଲ ଡଟ୍ କମ୍ ମାଧ୍ୟମରେ ପଠାଇବାକୁ ଅନୁରୋଧ କରାଯାଇଛି । ଏକ ବିଶେଷଜ୍ଞ କମିଟି ଦ୍ୱାରା ଭିଡିଓ ଯାଂଚ କରାଯିବା ପରେ ଯୋଗ୍ୟ ବିବେଚିତ ଦଳମାନଙ୍କୁ ଚୂଡାନ୍ତ ଭାବେ ଚୟନ କରାଯିବ ବୋଲି ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande