ଓଡ଼ିଶାରେ ନିପା ଭାଇରସ୍ ରୋଗୀ ଚିହ୍ନଟ ହୋଇନାହାନ୍ତି
ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ପଶ୍ଚିମବଙ୍ଗରେ ନିପା ଭାଇରସରେ ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି କେନ୍ଦ୍ର ଏ ଯାଏଁ ନିର୍ଦ୍ଦେଶନାମା ଜାରି କରିନି । ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ କରାଯାଉ। କେନ୍ଦ୍ର
ଓଡ଼ିଶାରେ ନିପା ଭାଇରସ୍ ରୋଗୀ ଚିହ୍ନଟ ହୋଇନାହାନ୍ତି


ଭୁବନେଶ୍ୱର, ୧୫ ଜାନୁୟାରୀ (ହି.ସ)- ପଶ୍ଚିମବଙ୍ଗରେ ନିପା ଭାଇରସରେ ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି କେନ୍ଦ୍ର ଏ ଯାଏଁ ନିର୍ଦ୍ଦେଶନାମା ଜାରି କରିନି । ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ କରାଯାଉ। କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ହେବ ନାହିଁ। ଭାରତ ସରକାରଙ୍କ ଟିମ୍ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି। ଓଡ଼ିଶାରେ ନିପା ଭାଇରସ୍ ରୋଗୀ ଚିହ୍ନଟ ହୋଇନାହାନ୍ତି। ଓଡ଼ିଶାକୁ ଏଯାଏଁ ବ୍ୟାପିନି, ତେଣୁ ଓଡ଼ିଶାବାସୀ ଭୟ କରିବା ଦରକାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande