
ପୁରୀ, ୧୫ ଜାନୁଆରୀ(ହି.ସ.) – ଡିଜିଟାଲ୍ ଯୁଗରେ ବଢ଼ୁଥିବା ସାଇବର ଅପରାଧ, ଅନଲାଇନ୍ ଠକେଇ, ନକଲି ସୋସିଆଲ୍ ମିଡିଆ ଆକାଉଂଟ, ନକଲି ୱେବସାଇଟ୍ ଓ ଭୁଲ୍ ମୋବାଇଲ୍ ନମ୍ବର ମାଧ୍ୟମରେ ହେଉଥିବା ଅପରାଧକୁ ରୋକିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ଅଧିନସ୍ଥ ପୁରୀ ସାଇବର ଥାନା ଦ୍ୱାରା ବର୍ଷ ୨୦୨୫ରେ ଏକ ଦୃଢ଼, ସକ୍ରିୟ ଓ ପ୍ରଭାବଶାଳୀ କାର୍ଯ୍ୟବାହୀ କରାଯାଇଛି। ମାମଲା ରେଜିଷ୍ଟ୍ରେସନ୍ ଓ ଗିରଫ ପୁରୀ ସାଇବର ଥାନାରେ ସମୁଦାୟ ୩୧ଟି ସାଇବର ସଂପର୍କିତ ଏଫ୍ଆଇଆର୍ ରେଜିଷ୍ଟ୍ର ହୋଇଛି। ସମସ୍ତ ମାମଲାକୁ ଗୁରୁତ୍ୱ ସହିତ ତଦନ୍ତ କରାଯାଇ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନେ ଅନଲାଇନ୍ ଆର୍ôଥକ ଠକେଇ, ଡିଜିଟାଲ୍ ଓ ନକଲି ପରିଚୟ ମାଧ୍ୟମରେ ଲୋକମାନଙ୍କୁ ଠକିବା ସହିତ ଜଡିତ ଥିବା ଜଣାପଡ଼ିଛି। ମୋଟ ୫୮ କୋଟି ୪୦ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି। ସାଇବର ଅପରାଧ ଦ୍ୱାରା ହେଉଥିବା ଆର୍ôଥକ କ୍ଷତିକୁ ରୋକିବା ପାଇଁ ପୁରୀ ସାଇବର ଥାନା ତ୍ୱରିତ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛି। ବର୍ଷ ୨୦୨୫ ମସିହାରେ ମୋଟ ୫୮କୋଟି ୪୦ ଲକ୍ଷ ଟଙ୍କା ରାଶିକୁ ହୋଲ୍ଡ କରି ସେଭ୍ କରାଯାଇ ଅନେକ ନିର୍ଦ୍ଦୋଷ ନାଗରିକଙ୍କୁ ବଡ଼ ଆର୍ôଥକ କ୍ଷତିରୁ ରକ୍ଷା କରାଯାଇଛି। ନକଲି ସୋସିଆଲ୍ ମିଡିଆ, ୱେବସାଇଟ୍ ଓ ମୋବାଇଲ୍ ନମ୍ବର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସାଇବର ଅପରାଧୀମାନଙ୍କ ନେଟୱର୍କକୁ ଭାଙ୍ଗିବା ଉଦ୍ଦେଶ୍ୟରେ ପୁରୀ ସାଇବର ଥାନା ଦ୍ୱାରା ୨୩୦ଟି ନକଲି/ଅପରାଧିକ ସୋସିଆଲ୍ ମିଡିଆ ଆକାଉଂଟ ବ୍ଲକ୍ କରିଛି। ୭୦ଟି ନକଲି ୱେବସାଇଟ୍ ବ୍ଲକ୍, ୬୪ଟି ନକଲି ମୋବାଇଲ୍ ନମ୍ବର ବ୍ଲକ୍ କରାଯାଇଛି। ଏହା ଫଳରେ ଭବିଷ୍ୟତରେ ଅନେକ ସମ୍ଭାବ୍ୟ ସାଇବର ଠକେଇକୁ ଅଟକାଯିବା ସମ୍ଭବ ହୋଇଛି। ଏସ୍ପି ପ୍ରତୀକ ସିଂଙ୍କ ଜଣାଇଛନ୍ତି ସାଇବର ଅପରାଧ ଏକ ଗମ୍ଭୀର ଚ୍ୟାଲେଞ୍ଜ। ପୁରୀ ପୋଲିସ ସାଧାରଣ ଜନତାଙ୍କ ଆର୍ôଥକ ଓ ଡିଜିଟାଲ୍ ସୁରକ୍ଷା ପାଇଁ ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ସାଇବର ଅପରାଧ ଘଟିଲେ ତୁରନ୍ତ ଅଭିଯୋଗ କଲେ ଟଙ୍କା ରିକଭରିର ସମ୍ଭାବନା ବଢ଼ିଥାଏ। ଲୋକମାନେ ସଚେତନ ରୁହନ୍ତୁ ଓ ସନ୍ଦିଗ୍ଧ ଲିଙ୍କ୍, କଲ୍ ଓ ଓଟିପି ଠାରୁ ଦୂରେଇ ରୁହନ୍ତୁ। ଡିଜିଟାଲ୍ ଅପରାଧ ହେଲ୍ପଲାଇନ୍ ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି ଯେ କୌଣସି ପ୍ରକାର ଡିଜିଟାଲ୍/ସାଇବର ଅପରାଧ ଘଟିଲେ ତୁରନ୍ତ ହେଲ୍ପଲାଇନ୍ ନମ୍ବର ୮୨୮୦୪୯୧୩୦୦ରେ ସମ୍ପର୍କ କରନ୍ତୁ। ପୁରୀ ସାଇବର ଥାନା ଆଗାମୀ ଦିନରେ ମଧ୍ୟ ସାଇବର ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖି ପୁରୀ ଜିଲ୍ଲାକୁ ଏକ ସୁରକ୍ଷିତ ଡିଜିଟାଲ୍ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ପ୍ରତିବଦ୍ଧ। ଆମେ ସମସ୍ତେ ଏକ ବାହନ ହେଲେ ଏହା ସଫଳ ହେବ।
.......................................
ହିନ୍ଦୁସ୍ଥାନ ସମାଚାର / ବିଜୟ