
କ୍ୱେଟା, 16 ଜାନୁଆରି (ହି.ସ.)-ବେଲୁଚିସ୍ତାନର ବିଭିନ୍ନ ଜିଲ୍ଲାରେ ଘଟିଥିବା ଗୁଳିଚାଳନା ଘଟଣାରେ
ଜଣେ ମହିଳା ଶିକ୍ଷୟିତ୍ରୀ ସହିତ ତିନିଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଗୁଡ଼ିକରେ
ଆଉ ଦୁଇଜଣ ଆହତ ହୋଇଛନ୍ତି। ମହିଳା ଶିକ୍ଷୟିତ୍ରୀ ଇଲାହାବାଦର ସାବି ଅଞ୍ଚଳରେ ଅବସ୍ଥିତ କନ୍ୟା
ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଥିଲେ। ସ୍କୁଲ ନିକଟରେ ଅଜଣା ବନ୍ଧୁକଧାରୀମାନେ ତାଙ୍କୁ ଗୁଳି
ମାରିଥିଲେ।
‘ଦ ବାଲୋଚିସ୍ତାନ ପୋଷ୍ଟ’ର ରିପୋର୍ଟ ଅନୁସାରେ,
ସାବି
ପୋଲିସ କହିଛି ଯେ ମହିଳା ଜଣକ ନିଜ ଘରୁ ସ୍କୁଲକୁ ଯାଉଥିବା ସମୟରେ ସ୍କୁଲର ମୁଖ୍ୟ ଗେଟ୍
ସାମ୍ନାରେ ବସିଥିବା ଅଜଣା ଶସ୍ତ୍ରଧାରୀମାନେ ତାଙ୍କ ଉପରେ ଗୁଳିଚାଳନା କରିଥିଲେ। ଫଳସ୍ୱରୂପ ସେ
ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।
ଅନ୍ୟ ପକ୍ଷରେ, ଡେରା ମୁରାଦ ଜମାଲୀ ସ୍ଥିତ ୱେଷ୍ଟ ହାଇସ୍କୁଲ ନିକଟରେ ଅଜଣା ଶସ୍ତ୍ରଧାରୀମାନେ
ପୋଲିସ ହାବିଲଦାର ଅଲି ଗୋହର ମଗସିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା