
ଗଞାମ, ୧୬ ଜାନୁଆରୀ (ହି.ସ.)- ଠିକାଦାରଙ୍କ ଘର ଉପରେ ଇଡି ଚଢଉ ପରେ ଶେରଗଡ ବ୍ଳକର ଯନ୍ତ୍ରୀମାନେ ଛାନିଆ ହୋଇପଡିଛନ୍ତି । ଠିକାଦାର ମାନଙ୍କ ସମ୍ପତ୍ତି ଠୁଳ ଘଟଣାରେ ଯନ୍ତ୍ରୀ ମାନଙ୍କ ଲିଙ୍କ ରହୁଥିବାରୁ ଆଜି ଶେରଗଡ ଅଞ୍ଚଳର ଜଣେ ଠିକାଦାରଙ୍କ ଘରେ ଇଡି ଚଢଉ ପରେ ଶେରଗଡ଼ ଅଞ୍ଚଳର କୋଠାଵାଡି, ରାସ୍ତାଘାଟ ନିର୍ମାଣ ଓ ଅନ୍ୟାନ୍ୟ ଯନ୍ତ୍ରୀଙ୍କ ମନରେ ଛାନିଆ ସୃଷ୍ଟି ହୋଇଛି। ଗତ ୧୦ରୁ୧୫ ଵର୍ଷ ମଧ୍ଧରେ ଏହି ଅଞ୍ଚଳରେ ହୋଇଥିବା ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ସହ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି। ଫଳରେ ଠିକାଦାର ଓ ଯନ୍ତ୍ରୀ ମାନେ ମାଲାମାଲ ହୋଇ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଭାବେ ଠୁଳ କରିପାରିଛନ୍ତି ଅଭିଯୋଗ ହେଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ