
ନୂଆଦିଲ୍ଲୀ, 16 ଜାନୁଆରି (ହି.ସ.)- ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ରାଷ୍ଟ୍ରମଣ୍ଡଳ ଦେଶଗୁଡିକର ଲୋକସଭା ଅଧ୍ୟକ୍ଷ ଓ
ପୀଠାସୀନ ଅଧିକାରୀମାନଙ୍କର ୨୮ତମ ସମ୍ମିଳନୀ (ସିଏସପିଓସି)ର ଉଦ୍ଘାଟନ ପାଇଁ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱ ପ୍ରତି କୃତଜ୍ଞତା ଜଣାଇଛନ୍ତି। ବିର୍ଲା ଶୁକ୍ରବାର
ଏକ୍ସରେ କହିଛନ୍ତି —“୨୮ତମ ସିଏସପିଓସିର ଉଦ୍ଘାଟନ ଆପଣଙ୍କ (ପ୍ରଧାନମନ୍ତ୍ରୀ ମୋଦୀ)
କର-କମଳ ଦ୍ୱାରା ହେବା କେବଳ ଭାରତ ପାଇଁ ନୁହେଁ,ବରଂ ସମଗ୍ର ବିଶ୍ୱର ଗଣତାନ୍ତ୍ରିକ
ସମୁଦାୟ ପାଇଁ ଗୌରବର ମୁହୂର୍ତ୍ତ।”
ସେ କହିଛନ୍ତି ଯେ ଆପଣଙ୍କ (ପ୍ରଧାନମନ୍ତ୍ରୀ ମୋଦୀ) କୁଶଳ ମାର୍ଗଦର୍ଶନର ଫଳସ୍ୱରୂପ ଆଜି
ଭାରତ ସିଏସପିଓସିର ଇତିହାସର ସର୍ବାଧିକ ସହଭାଗିତା ଥିବା ସମ୍ମିଳନୀର ଆୟୋଜକ ହୋଇଛି।
ଲୋକସଭା ଅଧ୍ୟକ୍ଷ କହିଛନ୍ତି ଯେ, ଲୋକତାନ୍ତ୍ରିକ ପରମ୍ପରା ପ୍ରତି ଆପଣଙ୍କ
(ପ୍ରଧାନମନ୍ତ୍ରୀ ମୋଦୀ) ଦୃଷ୍ଟିକୋଣ ବିଶ୍ୱ ପଟଳରେ ସଂସଦୀୟ କାର୍ଯ୍ୟପ୍ରଣାଳୀକୁ ନୂଆ ଦିଗ ଓ
ପ୍ରେରଣା ଦେବାକୁ ସକ୍ଷମ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା