ଯୁବ ଉଦ୍ୟମୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେଲେ ପିଏମ ମୋଦି
ନୂଆଦିଲ୍ଲୀ, 16 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ଉଦ୍ୟମୀମାନଙ୍କର ଲଗାତାର ବଢ଼ୁଥିବା ସଫଳତାକୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କର ଦୃଢ଼ ସଂକଳ୍ପ ଓ ସମର୍ପଣ ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂଆ-ନୂଆ ରେକର୍ଡ ସୃଷ୍ଟି କରୁଛି। ସେ ଏହାକୁ ‘ବିକଶିତ ଭାରତ
ପିଏମ ମୋଦି


ନୂଆଦିଲ୍ଲୀ, 16 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ

ଉଦ୍ୟମୀମାନଙ୍କର ଲଗାତାର ବଢ଼ୁଥିବା ସଫଳତାକୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କର ଦୃଢ଼ ସଂକଳ୍ପ ଓ ସମର୍ପଣ

ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂଆ-ନୂଆ ରେକର୍ଡ ସୃଷ୍ଟି କରୁଛି। ସେ ଏହାକୁ ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବାର ସବୁଠାରୁ

ବଡ଼ ଶକ୍ତି ଭାବେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ମାଧ୍ୟମରେ ଦେଇଥିବା ବାର୍ତ୍ତାରେ

ଏକ ପ୍ରାଚୀନ ସଂସ୍କୃତ ସୁଭାଷିତର ମଧ୍ୟ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି —

“ଦୁର୍ଲଭାନ୍ୟପି କାର୍ଯ୍ୟାଣି ସିଦ୍ଧ୍ୟନ୍ତି ପ୍ରୋଦ୍ୟମେନ ହି।

ଶିଲାଽପି ତନୁତାଂ ଯାତି ପ୍ରପାତେନାର୍ଣସୋ ମୁହୁଃ॥”

ଏହାର ଅର୍ଥ ହେଉଛି, ଅତ୍ୟନ୍ତ କଠିନ ଓ ଦୁର୍ଲଭ କାର୍ଯ୍ୟମାନେ

ମଧ୍ୟ ଲଗାତାର ଉଦ୍ୟମ (ପରିଶ୍ରମ) ଦ୍ୱାରା ସିଦ୍ଧ ହୋଇଯାନ୍ତି। ଯେପରି ନିରନ୍ତର ପଡ଼ୁଥିବା

ପାଣିର ବୁନ୍ଦା କଠୋର ଶିଳା (ପଥର)କୁ ମଧ୍ୟ ଧୀରେ-ଧୀରେ କ୍ଷୀଣ କରି ତାହାରେ ଛିଦ୍ର ସୃଷ୍ଟି

କରିଦିଏ।

ଏହି ସୁଭାଷିତ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ୀଙ୍କୁ ଏହି

ସନ୍ଦେଶ ଦେଇଛନ୍ତି ଯେ, ଅସମ୍ଭବ ଲାଗୁଥିବା ଲକ୍ଷ୍ୟମାନେ ମଧ୍ୟ ନିରନ୍ତର ପରିଶ୍ରମ, ଉତ୍ସାହ ଓ ଆଶାରେ ହାସଲ କରାଯାଇପାରେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯୁବ ଶକ୍ତି ହିଁ ୨୦୪୭ ସୁଦ୍ଧା ଭାରତକୁ

ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାର ମୁଖ୍ୟ ଆଧାର ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande