ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
ବଲାଂଗିର, 16 ଜାନୁଆରି (ହି.ସ.) ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ ଆଞ୍ଚଳିକ ପରିବହନ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅରବିନ୍ଦ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭରା
ସରକାରୀ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ


ବଲାଂଗିର, 16 ଜାନୁଆରି (ହି.ସ.)

ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ ଆଞ୍ଚଳିକ ପରିବହନ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅରବିନ୍ଦ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭରାସାଗର ଅତିଥି ଭାବରେ ଯୋଗଦେଇ ଛାତ୍ରୀମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଡ଼ଃ. ମିନତୀ ଦେବତା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ପରିବହନ ନିୟମ ଉପରେ ଏକ କୁଇଜ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ବିଭୁତି ଭୂଷଣ ସାହୁ, ଡ଼ଃ. ସଦାଶିବ ମଲ୍ଲିକ, ଅଜିତ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande