ଜାତୀୟ ଷ୍ଟାର୍ଟଅପ୍ ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 16 ଜାନୁଆରି (ହି.ସ.)- ଜାତୀୟ ଷ୍ଟାର୍ଟଅପ୍ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ନ୍ୟାସନାଲ୍ ଷ୍ଟାର୍ଟଅପ୍ ଡେ’ ସେହି ଦୂରଦର୍ଶୀ ପଦକ୍ଷେପର ସ୍ମୃତି, ଯାହା ଭାରତର
ଜାତୀୟ ଷ୍ଟାର୍ଟଅପ୍ ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 16 ଜାନୁଆରି (ହି.ସ.)- ଜାତୀୟ ଷ୍ଟାର୍ଟଅପ୍ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ନ୍ୟାସନାଲ୍ ଷ୍ଟାର୍ଟଅପ୍

ଡେ’ ସେହି ଦୂରଦର୍ଶୀ ପଦକ୍ଷେପର ସ୍ମୃତି, ଯାହା ଭାରତର ଉଦ୍ୟମଶୀଳ ସାମର୍ଥ୍ୟକୁ ବିଶ୍ୱ ମଞ୍ଚରେ ଏକ ନୂଆ ପରିଚୟ

ଦେଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ

ନେତୃତ୍ୱରେ ଆରମ୍ଭ ହୋଇଥିବା ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ପଦକ୍ଷେପ ନବୋନ୍ମେଷ ଓ ଯୁବ ଶକ୍ତିକୁ ସଂସ୍ଥାଗତ ସମର୍ଥନ ପ୍ରଦାନ

କରିଛି।

ଗତ ଏକ ଦଶକରେ ଏହି ପଦକ୍ଷେପ କେବଳ ଏକ ନୀତି ରୂପେ ରହିନଥାଇ, ଏକ ଜନଆନ୍ଦୋଳନ ଭାବେ ବିକାଶ ପାଇଛି। ଭାରତର ନବୋନ୍ମେଷୀ ଯୁବପିଢ଼ୀ

ଷ୍ଟାର୍ଟଅପ୍ ଜଗତରେ ଭାରତର ପତାକାକୁ ଉଚ୍ଚରେ ଉଡ଼ାଇ ରଖୁଛନ୍ତି। ଆଜି ଭାରତ ବିଶ୍ୱର ତୃତୀୟ

ସବୁଠାରୁ ବଡ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାବେ ଉଦୟ ହୋଇଛି, ଯେଉଁଠାରେ

ପ୍ରଯୁକ୍ତି, ଗବେଷଣା ଓ ସମାଧାନମୂଳକ

ଚିନ୍ତାଧାରା ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟିର ନୂଆ ସମ୍ଭାବନା ଗଢ଼ୁଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମର ଏହି ଯାତ୍ରା ‘ଆତ୍ମନିର୍ଭର

ଭାରତ’ ଦିଗରେ ଅଗ୍ରସର ପଦକ୍ଷେପ ଓ ଯୁବ ଶକ୍ତି

ପ୍ରତି ଆସ୍ଥାର ଏକ ସଶକ୍ତ ପ୍ରତୀକ। ଜାତୀୟ ଷ୍ଟାର୍ଟଅପ୍ ଦିବସଅବସରରେ ଉଦ୍ୟମିତା, ନବୋନ୍ମେଷ ଏବଂ

ଷ୍ଟାର୍ଟଅପ୍‌ସ ସହ ସଂପୃକ୍ତ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande