
ଭୁବନେଶ୍ୱର, 16 ଜାନୁଆରି (ହି.ସ.)- ଜାତୀୟ ଷ୍ଟାର୍ଟ ଅପ୍ ଦିବସରେ ଉଦ୍ୟୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ଜାତୀୟ ଷ୍ଟାର୍ଟ ଅପ୍ ଦିବସ ଅବସରରେ ଦେଶର ପ୍ରଗତିରେ ନିଜର ଯୋଗଦାନ ରଖିଥିବା ସମସ୍ତ
ଉଦ୍ଯୋଗୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ଉଦ୍ୟମ ଏବଂ ପ୍ରୟାସ
ନିଶ୍ଚିତ ଭାବେ ବିକଶିତ ଭାରତ ଗଠନର ସ୍ଵପ୍ନକୁ ସାକାର କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା