
ଭୁବନେଶ୍ୱର, 16 ଜାନୁଆରି (ହି.ସ.)- ପୂର୍ବତନ ବିଧାୟକ କୁଳମଣି ରାଉତଙ୍କ ବିୟୋଗରେ ନବୀନ ପଟ୍ଟନାୟକ ଶୋକ
ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ବିରୋଧୀ ଦଳ ନେତା କହିଛନ୍ତି ଯେ, ବରୀ -
ଡେରାବିଶ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କୁଳମଣି ରାଉତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ
ଦୁଃଖିତ। ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର
ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା