ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧ ଉତ୍ସବ
କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – ଆଦର୍ଶ ଶିକ୍ଷକ ତଥା ଗଣକବି ଗୋପାଳ ଦାଶ ସ୍ମୃତି ସଂସଦର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ପଳସିଂହା ସ୍ଥିତ ବାସ ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତ
ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧ ଉତ୍ସବ


କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – ଆଦର୍ଶ ଶିକ୍ଷକ ତଥା ଗଣକବି ଗୋପାଳ ଦାଶ ସ୍ମୃତି ସଂସଦର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ପଳସିଂହା ସ୍ଥିତ ବାସ ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ବିଶ୍ୱାଳଙ୍କ ସହକର୍ମୀ ଚତୁର୍ଭୁଜ ସାହୁ, ପଣ୍ଡିତ ପଦ୍ମନାଭ ଦାଶ, କେଶବ ବିଶ୍ୱାଳ, ଭଗବାନ ଜେନା, ଜଗଦାନନ୍ଦ ଜେନା, ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ଦାଶ, ସ୍ଥାନୀୟ ସରପଂଚ ଦେବେନ୍ଦ୍ର ପରିଡା, ଅନ୍ତର୍ଯ୍ୟାମୀ ବେହେରା, କରୁଣାକର ସେଠୀ, ଅଲେଖ ଦାସ, ପ୍ରହ୍ଲାଦ ରାଉତ, ବିକାଶ ସାମଲ, କାଙ୍ଗାଳି ମହାନ୍ତି, ମଧୁସୂଦନ ସାମଲ , ଶରତ ବିଶ୍ୱାଳ, ଦୋଳଗୋବିନ୍ଦ ବେହୂରା, ଅଜିତ୍ ମହାପାତ୍ର, ବିଷ୍ଣୁଚରଣ ବିଶ୍ୱାଳ, ମଂଟୁ ଜେନା, ଭକ୍ତ ଦାଶ, ରତ୍ନ ରେ ଓ ନନ୍ଦପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ। ବଡ଼ ପୁଅ ମନୋଜ ବିଶ୍ୱାଳ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନେ ସ୍ମତିରେ ନିତ୍ୟାନନ୍ଦ ବିଶ୍ୱାଳ ପୁସ୍ତକର ଲୋକାର୍ପଣ କରିଥିଲେ। ଭାବଗ୍ରାହୀ କଳା ନିକେତନର ବିମଳ ପ୍ରସାଦ ପରିଡା, ନିରୁପମା ଜେନା, ଉପେନ୍ଦ୍ର ପାଢ଼ୀ, ରଞ୍ଜନ ବରାଳ, ଅଜୟ ଜେନା, କୈଳାସ ପରିଡା, ଅମର ବିଶ୍ୱାଳ ପ୍ରମୁଖ ଭାବପୂର୍ଣ୍ଣ ଭଜନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନିରୁପମା ଜେନା ବିମଳ ପରିଡାଙ୍କ ରଚନା ଓ ନିର୍ଦ୍ଦେଶନାରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାଇଥିଲେ। ସାନପୁଅ ଡାକ୍ତର ସଞ୍ଜୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande