ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ
ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଲାଗିଥିଲା ନିଆଁ । ତେବେ ନିଆଁ ଲାଗିବାରକାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡରେ ପ୍ରାୟ ୪୦ ଦୋକାନ ଘର ପୋଡି ଧ୍ବଂସ ହୋଇଥିବା ସୂଚନା ମିଳ
ହାଟରେ ଅଗ୍ନିକାଣ୍ଡ


ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ଭୁବନେଶ୍ବର

ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଲାଗିଥିଲା ନିଆଁ

। ତେବେ ନିଆଁ ଲାଗିବାରକାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡରେ ପ୍ରାୟ ୪୦ ଦୋକାନ ଘର ପୋଡି

ଧ୍ବଂସ ହୋଇଥିବା ସୂଚନା ମିଳିଛି । ପ୍ରାୟ ୩ ଘଣ୍ଟା ପରେ ୧୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ

ଆୟତ୍ତ କରିଛନ୍ତି ।

ରାତି ପ୍ରାୟ ସାଢ଼େ ୧ଟାରେ ୟୁନିଟ୍‌-୧ ମାର୍କେଟର କ୍ୟାପିଟାଲ

ଥାନା ପାଚେରିକୁ ଲାଗିଥିବା ଦୋକାନରୁ ନିଆଁ ଆରମ୍ଭ ହୋଇଥିଲା। ଚାହୁଁଚାହୁଁ ନିଆଁ ଆଖପାଖରେ ଥିବା

ଦୋକାନଗୁଡ଼ିକୁ ବ୍ୟାପିଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚିଥିଲା। ହେଲେ ଦୋକାନରେ ଥିବା

ଶୁଖିଲା ସାମଗ୍ରୀ ହୁତୁହୁତୁ ହୋଇ ଜଳିଥିଲା। ଦୋକାନ ଗୁଡ଼ିକରେ ଥିବା ଗ୍ୟାସ୍‌ ଟାଙ୍କି ଫାଟିବା

ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି କରିଥିଲା। ନିଆଁକୁ ନିୟନ୍ତ୍ରଣ କରିବା

ଲାଗି ରାସ୍ତା ପାର୍ଶ୍ବ ଓ ଭିତର ପଟରୁ ମଧ୍ୟ ପାଣିମାଡ଼ କରାଯାଇଥିଲା। ନିଆଁକୁ ନିୟନ୍ତ୍ରଣକୁ

ଆଣିବା ପାଇଁ ଅଗ୍ନିଶମ ବାହିନୀକୁ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ବିଳମ୍ବିତ ରାତି ୨ଟା ୩୬

ମିନିଟ୍‌ରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ତେବେ

ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ କିମ୍ବା ଅନ୍ୟ କୌଣସି କାରଣରୁ ଏଭଳି ଅଘଟଣ ଘଟିଥିବା ଅନୁମାନ

କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande