ପାର୍ବତୀ ଗିରିଙ୍କ ୧୦୦ତମ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ଅମିତ୍ ଶାହା
ଭୁବନେଶ୍ୱର, ୧୯ ଜାନୁୟାରୀ (ହି.ସ)- ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବିକା ପାର୍ବତୀ ଗିରିଙ୍କ ୧୦୦ତମ ଜୟନ୍ତୀ ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଶ୍ରଦ୍ଧାଂଜଳି ଜଣାଇଛନ୍ତି। ତାଙ୍କର ତ୍ୟାଗ ଓ ଦେଶପ୍ରେମ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ବୋଲି ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି ।
ପରପର

ସାମାଜିକ ଗଣମାଧ୍ୟମ ଏକ୍ସରେ ସେ ଲେଖିଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବିକା ପାର୍ବତୀ ଗିରିଜୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ତାଙ୍କୁ କୋଟି-କୋଟି ପ୍ରଣାମ ।

ଖୁବ କମ୍ ବୟସରେ ଭାରତ ଛାଡ଼ ଆନ୍ଦୋଳନ ଏବଂ ସ୍ୱଦେଶୀ ଆନ୍ଦୋଳନ ସହ ଯୋଡ଼ି ହୋଇ ମାତୃଭୂମିର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ପାର୍ବତୀଜୀଙ୍କ ଭୂମିକା ଅତୁଳନୀୟ । ଆଜୀବନ ଜନଜାତି ସମାଜର ଉନ୍ନତି ଓ ରାଷ୍ଟ୍ରସେବା ପାଇଁ ସମର୍ପିତ ପାର୍ବତୀଜୀଙ୍କ ତ୍ୟାଗ ଓ ଦେଶପ୍ରେମ ଆଜି ମଧ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande