
ଭୁବନ, ୧୯ଜାନୁଆରୀ(ହି.ସ.) - ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସରସ୍ୱତୀ ପରିଡ଼ା ଓ ପ୍ରଧାନ ଶିକ୍ଷକ ଉତ୍କଳମଣି ବେହେରାଙ୍କ ଦ୍ୱାରା ମଶାଲ ପ୍ରଜ୍ୱଳନ କରାଯାଇଥିଲା। କ୍ରୀଡାବିତ୍ ମାନେ କ୍ରୀଡା ପତକା ଓ ମଶାଲ ଧରି ଗ୍ରାମ ପରିକ୍ରମା କରିଥିଲେ । ବାରୁଆଁ ( ବି) ସରପଂଚ ବୀଣାପାଣି ସାହୁ ମଶାଲ ଶୋଭାଯାତ୍ରା କୁ ସ୍ୱାଗତ କରିବା ସହ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ଆଚାର୍ଯ୍ୟ, ଲକ୍ଷ୍ମୀପ୍ରିୟା ସାହୁ, ଶିକ୍ଷକ ଅଜୟ କୁମାର ରାଉତ, ପ୍ରକାଶ କୁମାର ବେହେରା ଉଦଘାଟନୀ ଉତ୍ସବରେ ସହଯୋଗ କରି ବାର୍ଷିକ କ୍ରୀଡା ଉତ୍ସବକୁ ସୁଚାରୁରୂପେ ସମ୍ପାଦନା କରିଥିଲେ । ପ୍ରଧାନ ଶିକ୍ଷକ ଉତ୍କଳମଣି ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ