ବନ୍ତ ପୋଲିସ୍ ଓ ଖଣି ବିଭାଗର ଚଢଉ,୨୦ ଗାଡି ଜବତ
ଭଦ୍ରକ, ୧୯ ଜାନୁଆରୀ (ହି.ସ.)- ବନ୍ତ ପୋଲିସ୍ ଓ ଭଦ୍ରକ ଖଣି ବିଭାଗ ପକ୍ଷରୁ ଅପରେସନ୍ ବାଲୁବଜ୍ର ଅର୍ନ୍ତଗତ ୨୦ ହାଇୱା ଟ୍ରକ୍ ଜବତ୍ କରାଯାଇଥିବା ବେଳେ ୫ ଜଣ ଚାଳକଙ୍କୁ ଅଟକ ରଖାଯାଇଛି । ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ଆପଣ୍ଡା ଛକ ଠାରୁ ବନ୍ତ ବଜାର ମଧ୍ୟରେ ଏହି ଧରପଗଡ ଗତ ରାତିରୁ କରାଯାଇଥ
BONTH POLICE & KHANI BIBHGA CHADHAU


ଭଦ୍ରକ, ୧୯ ଜାନୁଆରୀ (ହି.ସ.)- ବନ୍ତ ପୋଲିସ୍ ଓ ଭଦ୍ରକ ଖଣି ବିଭାଗ ପକ୍ଷରୁ ଅପରେସନ୍ ବାଲୁବଜ୍ର ଅର୍ନ୍ତଗତ ୨୦ ହାଇୱା ଟ୍ରକ୍ ଜବତ୍ କରାଯାଇଥିବା ବେଳେ ୫ ଜଣ ଚାଳକଙ୍କୁ ଅଟକ ରଖାଯାଇଛି । ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ଆପଣ୍ଡା ଛକ ଠାରୁ ବନ୍ତ ବଜାର ମଧ୍ୟରେ ଏହି ଧରପଗଡ ଗତ ରାତିରୁ କରାଯାଇଥିଲା । ଏହି ବ୍ଲକ ସନ୍ନିକଟ ହାଟଡିହି ତହସିଲ୍ ଅଚଂଳର ହାବଳେଶ୍ୱର, ଅମୃତପୁର, ଆଇତପୁର ସମେତ ବିଭିନ୍ନ ବେଆଇନ୍ ବାଲି ଘାଟରୁ ହାଇୱା ଟ୍ରକ ମାଧ୍ୟମରେ ବେଧଡକ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଦେଇ ଟ୍ରକ୍ ଗୁଡିକ ଯାତାୟତ କରୁଛି । ଏହି ଟ୍ରକ୍ ଗୁଡିକ ମଧ୍ୟରେ ବାଲି ପରିବହନର କାଗଜପତ୍ର ନଥିବା ବେଳେ କେତେକ ଗାଡିର କାଗଜପତ୍ର ମଧ୍ୟ ଠିକ୍ ନଥିବା ଜଣାପଡିଛି । ଗତ ରାତିରେ କଡାକଡି ଯାଂଚକୁ ନଜର ରଖି ଏହି ରାସ୍ତାର ଉଭୟ ପାଶ୍ୱର୍ରେ ବାଲି ଢାଳି କିଛି ଟ୍ରକ୍ ଖସି ଯିବାକୁ ଚେଷ୍ଟିତ ବେଳେ ପୋଲିସ୍ ହାତରେ ଧରାପଡିଛନ୍ତିି । ଜବଦ୍ ବାଲିଟ୍ରକ ଗୁଡିକ ମଧ୍ୟରେ ୧୧ ଟି ରହିଥିବା ବେଳେ ରାସ୍ତା କଡରେ ବାଲି ଢାଳି ଠିଆ ହୋଇଥିବାର ୯ ଟି ଗାଡିକୁ ପରିବହନ ବିଭାଗ ପକ୍ଷରୁ ଯାଂଚ କରାଯାଇଛି । ଧରା ପଡିଥିବା ଗାଡି ମାଲିକଙ୍କ ବିରୋଧରେ ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଚଂଳବାସୀ ଦାବୀ କରିଛନ୍ତି । ଅନ୍ୟ ପକ୍ଷରେ ଜବଦ୍ ବାଲିକୁ ୮୫ ହଜାର ୮ ଶହ ୫ ଟଙ୍କାରେ ନିଲାମ୍ କରାଯାଇଥିବା ଖଣି ବିଭାଗର ଜୁନିୟର ମାଇନିଂ ଅଫିସର ଅମୀୟ ଦ୍ୱିବେଦୀ ସୂଚନା ଦେଇଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande