ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ, ପାଂଚ କୋଟିର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା
କେନ୍ଦୁଝର, ୧୯ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗମୁଖ୍ୟ ରାସ୍ତାର ଥିବା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରେ ଘଟିଛି ଲୁଟ୍‌। ଆଜି ଦିନ ଦ୍ୱିପ୍ରହରରେ ସମୟରେ ବନ୍ଧୁକ ମୁନରେ ଲୁଟି କରିଛନ୍ତି । ଲୁଟେର
ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ, ପାଂଚ କୋଟିର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା


କେନ୍ଦୁଝର, ୧୯ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗମୁଖ୍ୟ ରାସ୍ତାର ଥିବା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରେ ଘଟିଛି ଲୁଟ୍‌। ଆଜି ଦିନ ଦ୍ୱିପ୍ରହରରେ ସମୟରେ ବନ୍ଧୁକ ମୁନରେ ଲୁଟି କରିଛନ୍ତି । ଲୁଟେରା ମାନେ ପାଖାପାଖି ଚାରିରୁ ପାଂଚ କୋଟିର ସୁନା ଅଳଙ୍କାର ସହ ପାଖାପାଖି ଆଠ ଲକ୍ଷ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣାପଡିଛି । ଦୃର୍ବୁତମାନେ ମୁଖା ପିନ୍ଧି ଏହି ଘଟଣା ଘଟାଇ ଥିବା ଜଣାପଡିଛି। ତେବେ ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ବଡ଼ବିଲ ଯୋଡ଼ା ଥାନା ଅଧିକାରୀ ସଦଳବଳେ ପହଂଚି ଆଖପାଖରେ ଥିବା ସିସିଟିଭି ଫୁଟେଜ ଯାଂଚ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ପରେ ବଡବିଲ ଅଂଚଳରେ ଏହି ଘଟଣା ଘଟି ଥିବାବେଳେ ଏହାକୁ ନେଇ ଚାଂଚଲ୍ୟ ସୃଷ୍ଟି କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande