ବିଦୁ୍ୟତ୍ ଶୋଷଣ ବିରୁଦ୍ଧରେ ଜାନୁଆରୀ ୨୨ରେ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ତରଫରୁ ଗଣ କନ୍ଭେନସନ୍
Bhubaneswar, 19 ଜାନୁଆରି (ହି.ସ.) ରାଜ୍ୟରେ ବିଦୁ୍ୟତ୍ ବିତରଣ ଓ ବିଲ୍ ଆଦାୟ ଜନିତ ସମସ୍ୟାରେ ରାଜ୍ୟର ସାଧାରଣ ଜନତା ଜର୍ଜରିତ । ଉପଭୋକ୍ତାଠାରୁ ଅତ୍ୟଧିକ ବିଦୁ୍ୟତ୍ ବିଲ୍ ଆଦାୟ, ସ୍ମାର୍ଟ ମିଟର ସଂଯୋଗ ସାଙ୍ଗକୁ ଅତିରିକ୍ତ ସିକୁ୍ୟରିଟି ଜମାରାଶି ଆଦାୟ ଭଳି ଟି.ପି.ସି.ଓ.ଡି.ଏଲ୍ ର ନିଷ୍
ବିଦୁ୍ୟତ୍ ଶୋଷଣ ବିରୁଦ୍ଧରେ ଜାନୁଆରୀ ୨୨ରେ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ତରଫରୁ ଗଣ କନ୍ଭେନସନ୍


Bhubaneswar, 19 ଜାନୁଆରି (ହି.ସ.)

ରାଜ୍ୟରେ ବିଦୁ୍ୟତ୍ ବିତରଣ ଓ ବିଲ୍ ଆଦାୟ ଜନିତ ସମସ୍ୟାରେ ରାଜ୍ୟର ସାଧାରଣ ଜନତା ଜର୍ଜରିତ । ଉପଭୋକ୍ତାଠାରୁ ଅତ୍ୟଧିକ ବିଦୁ୍ୟତ୍ ବିଲ୍ ଆଦାୟ, ସ୍ମାର୍ଟ ମିଟର ସଂଯୋଗ ସାଙ୍ଗକୁ ଅତିରିକ୍ତ ସିକୁ୍ୟରିଟି ଜମାରାଶି ଆଦାୟ ଭଳି ଟି.ପି.ସି.ଓ.ଡି.ଏଲ୍ ର ନିଷ୍ପି ବିଦୁ୍ୟତ୍ ଉପଭୋକ୍ତା ମାନଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ବିଦୁ୍ୟତ୍ ଉପଭୋକ୍ତାମାନଙ୍କୁ ନେଇ ଏକ ଗଣ କନ୍ଭେନସନ୍ ଆସନ୍ତା ଜାନୁଆରୀ ୨୨ ତାରିଖ ଦିବା ୧୦ ଘଟିକା ୩୦ମିନିଟ୍ ସମୟରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ପାନନ କାନୁନ୍ଗୋ ପ୍ରକାଶ କରିଛନ୍ତି । ବିଦୁ୍ୟତ୍ ଦର କମାଇବା, ସମସ୍ତ ଉପଭୋକ୍ତାଙ୍କୁ ମାସିକ ୩୦୦ ୟୁନିଟ୍ ବିଦୁ୍ୟତ୍ ଛାଡ଼, ଚାଷ ଓ ଚାଷୀଙ୍କୁ ମାଗଣା ବିଦୁ୍ୟତ୍ ଯୋଗାଇବା, ସମସ୍ତ ମଧ୍ୟମ, କ୍ଷୁଦ୍ର ଓ ଗୃହ ଶିଳ୍ପକୁ ୫୦% ବିଦୁ୍ୟତ୍ ଛାଡ଼, ପର୍ଯ୍ୟଟନ ଶିଳ୍ପ ସହିତ ସମ୍ପର୍କିତ ସମସ୍ତ ସଂସ୍ଥାରୁ ବିଦୁ୍ୟତ୍ ଛାଡ, ସ୍ମାର୍ଟ ମିଟର ବସାଇବାକୁ ଇଚ୍ଛାଧୀନ କରାଇବା ତତ୍ସହ ସ୍ୱତନ୍ତ୍ର ଅତିରିକ୍ତ ସୁରକ୍ଷା ଅର୍ଥ ଦାଖଲକୁ ବନ୍ଦ ପ୍ରଭୃତି ବିଷୟବସ୍ତୁକୁ ନେଇ ଆଲୋଚନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଯୋଜନା ପ୍ରସ୍ତୁତ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande