
ଜୟପୁର, ୧୯ ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଟି ବ୍ୟକ୍ତିଗତ ଓ ୩୫ ଟି ସାମୁହିକ ଅଭିଯୋଗ ଥିଲା। ବିଶେଷ କରି ଧାନ ମଣ୍ଡିର ଅବ୍ୟବସ୍ଥାକୁ ନେଇ. ଚାଷୀ ତାତିଲେ ଏବଂ ଅଧିକାରୀଙ୍କୁ ଘେରିଲେ । ବୈପାରୀଗୁଡା ବ୍ଲକ ବିଭିନ୍ନ ମଣ୍ଡିରେ ମିଲର୍ସଙ୍କ ମନମାନିକୁ ବିରୋଧ କରାଯାଇଥିଲା ଏବଂ ମହୁଲି ସ୍ଥିତ ଗୋଲଡେନ ମିଲରେ କୁଇଂଟାଲ ପିଛା ପନ୍ଦର କିଲୋ କଟନୀ ଛଟନୀ ବାବଦକୁ ଧାନ କାଟୁଥିବା ଅଭିଯୋଗ ହୋଇଛି । ହେଲେ ଏନେଇ ଅଧିକାରୀଙ୍କ ନିକଟରୁ କୌଣସି ସନ୍ତୋଷ ଜନକ ଉତର ନ ପାଇ ଫେରିଥିଲେ ଚାଷୀ । ଅଗାମି ଦିନରେ ଚାଷୀ ଆନ୍ଦଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ଗାଁ ଗହଳି ଏବଂ ବିଭିନ୍ନ ସାହି ରାସ୍ତା ନିର୍ମାଣ ଏବଂ ପାନୀୟ ଜଳର ସମସ୍ୟା, ମିଶନ ଶକ୍ତି ଭବନ କାର୍ଯ୍ୟକ୍ଷମ, ଏକଲବ୍ୟ ସ୍କୁଲ କୋଠା ନିର୍ମାଣ. ଶେଷ , ବିଭିନ୍ନ ସ୍ଥାନରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, ତେନ୍ତୁଳିଗୁମ୍ମା ଏବଂ ଦଣ୍ଡାବାଡି ପଂଚାୟତରେ ଧାନ ମଣ୍ଡି ଖୋଲିବା, ଟ୍ରାଫିକ ବ୍ୟବସ୍ଥା, ଆଦି ଜନ ଶୁଣାଣି ହୋଇଥିଲା । ଆଜିର ମିଳିତ ଜନଶୁଣାଣି ଅବସରରେ ଜୟପୁର ଉପ ଜିଲ୍ଲାପାଳ ଏ ସସ୍ୟା ରେଡି, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଣୁଧର ସବର, ଆଇଟିଡିଏର ତିରୁପତି ବରାଲ, ସ୍ଥାନୀୟ ବିଡ଼ିଓ ସୁବ୍ରତ ସାହୁ ଏବଂ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତାଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି