୨ଗ୍ରାମ ୮୩୦ମିଲିଗ୍ରାମ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ
ଜୟପୁର ଟାଉନ ଥାନା ଅନ୍ତର୍ଗତ ଖ୍ରୀଷ୍ଟିଆନ ପେଟା ବୁରିଆଲ ଖେଳ ପଡିଆ ନିକଟରୁ ୨ଜଣ ଯୁବକକୁ ଗିରଫ କରି ସେମାନଙ୍କ ଠାରୁ ୨ଗ୍ରାମ ୮୩୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି ଟାଉନ ପୁଲିସ। ଗତକାଲି ରାତି ଟାଉନପୁଲିସ ଖ୍ରୀଷ୍ଟିଆନ ପେଟା ଅଂଚଳରେ ବ୍ରାଉନସୁଗର କାରବାର ଚାଲୁଥିବା ଖବର ପାଇଁ ପେଟ୍ରୋଲିଂରେ ଯା
୨ଗ୍ରାମ ୮୩୦ମିଲିଗ୍ରାମ ବ୍ରାଉନସୁଗାର ଜବତ,  ୨ ଅଭିଯୁକ୍ତ ଗିରଫ


ଜୟପୁର ଟାଉନ ଥାନା ଅନ୍ତର୍ଗତ ଖ୍ରୀଷ୍ଟିଆନ ପେଟା ବୁରିଆଲ ଖେଳ ପଡିଆ ନିକଟରୁ ୨ଜଣ ଯୁବକକୁ ଗିରଫ କରି ସେମାନଙ୍କ ଠାରୁ ୨ଗ୍ରାମ ୮୩୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି ଟାଉନ ପୁଲିସ। ଗତକାଲି ରାତି ଟାଉନପୁଲିସ ଖ୍ରୀଷ୍ଟିଆନ ପେଟା ଅଂଚଳରେ ବ୍ରାଉନସୁଗର କାରବାର ଚାଲୁଥିବା ଖବର ପାଇଁ ପେଟ୍ରୋଲିଂରେ ଯାଇଥିଲେ। ଖ୍ରୀଷ୍ଟିଆନ ପେଟା ନିକଟସ୍ଥ ବୁରିଆଲ ଖେଳ ପଡିଆରେ ଦୁଇଜଣ ଯୁବକ ଖ୍ରୀଷ୍ଟିଆନ ପେଟା ଅଂଚଳର ସଞ୍ଜିବ କୁମାର ନାୟକ(୪୦)ଓ ଇରିଗେସନ କଲୋନୀର ଖୋଗେନ ତନ୍ତି(୧୯) ବ୍ରାଉନସୁଗାରକୁ ଚିଟ ମାଧ୍ୟମରେ ପୁଡିଆ କରି ସହରରେ ବିକ୍ରି କରିବାକୁ ଯୋଜନା କରୁଥିବା ସମୟରେ ଟାଉନ ପୁଲିସ ଅତର୍କିତ ଭାବେ ଚଢାଉ କରିଥିଲା। ଚଢାଉ ବେଳେ ୨ଜଣଙ୍କ ଠାରୁ ୨ଟି ମୋବାଇଲ ଜବତ କରିଥିଲା। ଅପରାଧୀ ମାନେ ବାହାର ରାଜ୍ୟରୁ ବ୍ରାଉନସୁଗାର ଆଣି ବିଭିନ୍ନ ଅଂଚଳରେ ବିକ୍ରି କରୁଥିବା ନେଇ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛି।

ଏସପି ରୋହିତ ବର୍ମାଙ୍କ ନିର୍ଦ୍ଧେଶକ୍ରମେ ଏସଡିପିଓ ପାର୍ଥ କଶ୍ୟପଙ୍କ ତତ୍ୱାବଧାନରେ ଟାଉନ ପୁଲିସ ପକ୍ଷରୁ ବର୍ତମାନ ସହରରେ ଚୋରି ଡକାୟତି ଉପରେ ନଜର ରଖାଯାଇଛି। ଚୋରଙ୍କୁ ଟାର୍ଗେଟ୍ କରି ପୁଲିସ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଯାହା ଫଳରେ ପୁଲିସକୁ ଚୋର ଧରିବା ସହଜ ସାଧ୍ୟ ହେଉଛି।

ଗୋଟିଏ ପଟେ ଟାଉନ ପୁଲିସ ୨ ବ୍ରାଉନସୁଗାର ମାଫିଆଙ୍କୁ ଧରି ବାଃ ବାଃ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ୟେଲୋ ବ୍ରିଜ, ଜାଭିୟର ସ୍କୁଲ ନିକଟସ୍ଥ ପଡିଆ, ହାନାଗୁଡା ପଡିଆ, ଲିଙ୍ଗରାଜନଗର ପଡିଆ, ପାରାବେଡା ତଳ ଅଂଚଳ ଭଳି ଅନେକ ଖୋଲା ସ୍ଥାନରେ ଓ ବସ୍ତି ଅଂଚଳରେ ଖୁଲମଖୁଲା ନିଶା ସାମଗ୍ରି ବିକ୍ରି ହେଉଛି। ନିଶାଖୋର ମାନେ ବ୍ରାଉନସୁଗାର, ଗଞ୍ଜେଇ, ଅଫିମ ସହ ନିଶା ବଟିକା ଏବପ୍ସ ଇଞ୍ଜେକସନ ନେଇ ଜୟପୁର ବାସୀଙ୍କ ଠାରୁ ଲୁଟପାଟ କରୁଛନ୍ତି। ଏଣୁ ପେଟ୍ରୋଲିଂକୁ କଡାକଡି କରିବା ସହ ଉକ୍ତ ସ୍ଥାନ ମାନଙ୍କରେ ସାଦା ପୋଷାକଧାରୀ ପୁଲିସ ମୁତୟନ କରିବାର ଅବଶ୍ୟକ ରହିଛି। ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ପୁଲିସ ଅନେକ ପଦକ୍ଷେପ ଗ୍ରହଣ କରୁଛି। କିନ୍ତୁ ଅସାଧୁ ପୁଲିସ ମିଶା ମାଫିଆଙ୍କ ସହ ସପ୍ସପର୍କ ରଖିଥିବା ବେଳେ କୋରାପୁଟ୍ ଏସପି ସେମାନଙ୍କ ଉପରେ ନଜର ରଖି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande