
ଭଦ୍ରକ, ୧୯ ଜାନୁଆରୀ (ହି.ସ.)- ଚାନ୍ଦବାଲି ବ୍ଲକ ସଭା ଗୃହରେ ସୋମବାର ଭଦ୍ରକ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଏସପି ମନୋଜ ରାଉତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଧମାଇ ଟୁଡୁ, ଚାନ୍ଦବାଲି ତହସିଲଦାର ଭବେତୋଷ ମଲ୍ଲିକ, ଚାନ୍ଦବାଲି ବିଡ଼ିଓ ସଞ୍ଜୀବ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ଅଭିଯୋଗ ର ଶୁଣାଣି କରିଥିଲେ।ଉକ୍ତ ଶିବିରରେ ମୋଟ୧୪୮ ଟି ଅଭିଯୋଗ ଶୁଣାଣୀ ହୋଇଥିଲା। ଏଥିରେ ସାମୁହିକ ଭାବେ ୨୮, ବ୍ୟକ୍ତି ଗତ ଭାବେ ୧୧୮ ଗୋଟି, ରେଡ କ୍ରସ ରୁ ଆର୍ôଥକ ସହାୟତା ବାବଦରେ ୩ ଗୋଟି ହସ୍ତଗତ ହୋଇଥିଲା । ଅନ୍ୟାନ୍ୟ ଅଭିଯୋଗ ର ଶୁଣାଣି ହେବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିଲା। ୩୨ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା।ଏଥି ସହିତ ରେଡକ୍ରସରୁ ତିନି ଜଣଙ୍କୁ ପନ୍ଦର ହଜାର ଟଙ୍କାର ଆର୍ôଥକ ଅନୁଦାନ ପ୍ରଦାନ କରାଯାଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ