
ନୂଆଦିଲ୍ଲୀ, ୧୯ ଜାନୁଆରୀ (ହି.ସ.)- ରାଜସ୍ଥାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)ରେ ବଡ଼ ଧରଣର ହେରଫେର୍ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ଯେ, ଏସଆଇଆର ପ୍ରକ୍ରିୟା ନାମରେ, ନିର୍ବାଚନ କମିଶନ ଏବଂ ବିଜେପି ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି ଏବଂ ତାଲିକାରୁ କଂଗ୍ରେସ ସମର୍ôଥତ ଭୋଟରଙ୍କ ନାମ ହଟାଇ ଦେଉଛନ୍ତି ।
କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଡୋଟାସରା ଦାବି କରିଛନ୍ତି ଯେ ଝୁନଝୁନୁରେ ଗୋଟିଏ ଦିନରେ ୧୩,୮୮୨ଟି ଫର୍ମ-୭, ମଣ୍ଡାୱାରେ ୧୬,୨୭୬ଟି, ଉଦୟପୁରବାଟିରେ ୧,୨୪୧ଟି ଏବଂ ଖେତରୀରେ ୧,୪୭୮ଟି ଫର୍ମ ଦାଖଲ କରାଯାଇଛି । ସାରା ରାଜ୍ୟରେ ପ୍ରାୟ ୧,୪୦,୦୦୦ ଫର୍ମ ପଞ୍ଜିକୃତ ହୋଇଛି । ସେ ଅଭିଯୋଗ କରିଛନ୍ତି ଯେ, ଜାନୁଆରୀ ୧୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଜ୍ୟ ଗସ୍ତ ସମୟରେ ବିଜେପି ଗୁପ୍ତ ଭାବରେ ଏହି ପ୍ରକ୍ରିୟା କରିଥିଲା, ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୦,୦୦୦ ରୁ ୧୫,୦୦୦ ନକଲି କମ୍ପ୍ୟୁଟରାଇଜଡ୍ ଫର୍ମ ମୁଦ୍ରଣ କରିଥିଲା ।
କଂଗ୍ରେସ ନେତା କହିଛନ୍ତି ଯେ ନିୟମ ଅନୁଯାୟୀ, ଜଣେ ବିଏଲଏ ଦିନକୁ କେବଳ ୧୦ଟି ଫର୍ମ ଦାଖଲ କରିପାରିବ, କିନ୍ତୁ ହଜାର ହଜାର ଫର୍ମ ଜାଲ୍ ଦସ୍ତଖତ ବ୍ୟବହାର କରି ଏସଡିଏମ କାର୍ଯ୍ୟାଳୟରେ ଦାଖଲ କରାଯାଇଥିଲା । ଅନେକ ବିଏଲଏ ଗଣମାଧ୍ୟମକୁ କହିଛନ୍ତି ଯେ, ସେମାନଙ୍କ ନାମରେ ଦସ୍ତଖତ ଜାଲ୍ କରାଯାଇଛି ଏବଂ ଫର୍ମଗୁଡ଼ିକ ଅସମ୍ପୂର୍ଣ୍ଣ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ