ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ମହାରାଜଙ୍କ ଶିବିରରେ ଅଧରାତିରେ ନୋଟିସ ଦେବାକୁ ପହଂଚିଲେ ମେଳା ପ୍ରଶାସନର କର୍ମଚାରୀ
ପ୍ରୟାଗରାଜ, 20 ଜାନୁଆରି (ହି.ସ.)- ମାଘ ମେଳାରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ମହାରାଜଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ। ପ୍ରୟାଗରାଜ ମେଳା ପ୍ରାଧିକରଣ ରାତି ବାରଟା ସମୟରେ ମହାରାଜଙ୍କ ଏକ ଶିବିରରେ ଏକ ନୋଟିସ୍ ଦେବା ପାଇଁ ଜଣେ ପ୍ରଶାସନିକ
କର୍ମଚାରୀ


ପ୍ରୟାଗରାଜ, 20 ଜାନୁଆରି (ହି.ସ.)- ମାଘ ମେଳାରେ

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ମହାରାଜଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ।

ପ୍ରୟାଗରାଜ ମେଳା ପ୍ରାଧିକରଣ ରାତି ବାରଟା ସମୟରେ ମହାରାଜଙ୍କ ଏକ ଶିବିରରେ ଏକ ନୋଟିସ୍ ଦେବା

ପାଇଁ ଜଣେ ପ୍ରଶାସନିକ କର୍ମଚାରୀଙ୍କୁ ପଠାଇଥିଲା। ଏହି ସୂଚନା ମଙ୍ଗଳବାର ସ୍ୱାମୀଙ୍କ ମିଡିଆ

ପ୍ରଭାରୀ ଶୈଳେନ୍ଦ୍ର ଯୋଗୀ ସରକାର ଦେଇଛନ୍ତି।

ସେ କହିଛନ୍ତି ଯେ

ପ୍ରୟାଗରାଜ ମେଳା ପ୍ରାଧିକରଣର ଜଣେ କର୍ମଚାରୀ ଏକ ନୋଟିସ୍ ନେଇ ସୋମବାର ରାତି ପ୍ରାୟ 12ଟା

ସମୟରେ ମହାରାଜଙ୍କ ଶିବିରକୁ ପହଞ୍ଚିଥିଲେ ଏବଂ ଜଣେ ଦାୟିତ୍ୱଶୀଳ ଅଧିକାରୀଙ୍କୁ ଖୋଜୁଥିଲେ।

ଶିବିରର ଲୋକମାନେ ପଚାରାଉଚାରା କରିବା ପରେ ସେ ନିଜ ନାମ ଓ ପଦବୀ ସମ୍ପର୍କରେ ସୂଚନା ଦେଇଥିଲେ।

ନ୍ୟାୟାଳୟର ଗୋଟିଏ ଆଦେଶକୁ ଆଧାର କରି ଏହି ନୋଟିସ୍ ଜାରି କରାଯାଇଛି। ମିଡିଆ ପ୍ରଭାରୀ

କହିଛନ୍ତି ଯେ ଏହି ବିଷୟରେ ଆଜି ମହାରାଜ ମିଡିଆ ସହିତ କଥାବାର୍ତ୍ତା କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande