ଷଣ୍ଢପଥର ପିଏମଶ୍ରୀ ହାଇସ୍କୁଲରେ ଛାୟା ସଂସଦ
ଷଣ୍ଢପଥର ପିଏମଶ୍ରୀ ହାଇସ୍କୁଲରେ ଛାୟା ସଂସଦ
ଷଣ୍ଢପଥର ପିଏମଶ୍ରୀ ହାଇସ୍କୁଲରେ ଛାୟା ସଂସଦ


ସମ୍ବଲପୁର, ୧୯, ଜାନୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଷଣ୍ଢପଥର ପିଏମ୍ ଶ୍ରୀ ହାଇସ୍କୁଲର ଛାତ୍ର ଛାତ୍ରୀ ମାନେ ଛାୟା ସଂସଦ ଶୀତକାଳୀନ ଅଧିବେଶନ ମାଧ୍ୟମରେ କେନ୍ଦ୍ର ସରକାର୍‌ଙ୍କୁ ପ୍ରଶ୍ନ ପଚାରି ଗ୍ରାମୀଣ ଅଂଚଳର ବିଭିନ୍ନ ମୌଳିକ ସମସ୍ୟା ଗୁଡିକ ଯଥା ଶୀଘ୍ର ସମାଧାନ ବ୍ୟବସ୍ଥା କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶନିବାର ମଧ୍ୟାହ୍ନ ୧୨ ଟା ରେ ଛାୟା ସଂସଦ ଭବନ୍ ଭିତରକୁ ବାଚସ୍ପତିଙ୍କ ପ୍ରବେଶ ମାତ୍ରେ ଚେୟାର ରେ ବସିଥିବା ସାଂସଦ ମାନେ ଉଠି ଯାଆନ୍ତି। ବାଚସ୍ପତି ମହୋଦୟା ତାଙ୍କ ପାଇଁ ଉଦ୍ଧିଷ୍ଟ ଆସନକୁ ପହଁଚିବା ପରେ ଜାତୀୟ ସଙ୍ଗୀତ ବାଜି ଉଠିଲା। ଛାୟା ସଂସଦ ଭବନ ସମ୍ମୁଖରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ ମାନେ ନିଜ ଚେୟାର ରୁ ଉଠି ଜାତୀୟ ସଂଗୀତ ଗାନ କଲେ। ପରେ ବାଚସ୍ପତି ମହୋଦୟା ରୁଲିଂ ଦେଇ ନିର୍ଦ୍ଧିଷ୍ଟ ଏଜେଣ୍ଡା ଉପରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ସାଂସଦ ମାନଙ୍କୁ ପ୍ରଶ୍ନ ପଚାରିବାକୁ କହିଥିଲେ। ପ୍ରଥମେ ବିରୋଧୀ ଦଳ ନେତା କହିଥିଲେ, ଗ୍ରାମୀଣ ସ୍କୁଲ୍ ରେ ଶିକ୍ଷକ ଅଭାବ ଓ ପାଠ ପଢାର ଗୁଣମାନ ନେଇ ଅଭିଭାବକ ମାନେ ଚିନ୍ତିତ ଅଛନ୍ତି। ସରକାର୍ ସବୁ ପ୍ରକାର ସୁବିଧା କରୁଛନ୍ତି , ସରକାର୍ ଙ୍କ ଉଦ୍ଦେଶ୍ୟ ମହତ୍ ହୋଇପାରେ କିନ୍ତୁ ଗ୍ରାମାଂଚଳ ସ୍କୁଲ୍ ଗୁଡିକରେ ଶିକ୍ଷକ ଓ ସାଧନା ର ଅଭାବ ରହିଛି। ଡିଜିଟାଲ ଶିକ୍ଷା ସମସ୍ତ ଙ୍କ ନିକଟରେ ପହଂଚି ପାରିନାହିଁ। ତେଣୁ ଶିକ୍ଷା ର ଗୁଣମାନ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍‌। ଏସବୁ ସମସ୍ୟାର ସମାଧାନ ପାଇଁ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ଦୟାକରି କହିବେ କି ? ଅନ୍ୟ ଜଣେ ସାଂସଦ ପ୍ରଶ୍ନ କରି କହିଥିଲେ ଚାଷୀ ମାନେ ଏଯାଏଁ ଫସଲର ଉଚିତ୍ ଦର ପାଇନାହାଁନ୍ତି । କୃଷିମନ୍ତ୍ରୀ ଦୟା ପୂର୍ବକ କହିବେ କି ଏସବୁ ସମସ୍ୟାର ସମାଧାନ ପାଇଁ ସରକାର କଣ କରୁଛନ୍ତି ? ଚାଷୀଙ୍କ ଆୟ ଦ୍ୱିଗୁଣ କରିବାକୁ କୁହାଗଲା କିନ୍ତୁ ଚାଷୀ ଆଜି ବି ଋଣ ଜାଲରେ ବୁଡ଼ିଛନ୍ତି , ତେଣୁ ସରକାର୍ ର ସଫଳତା କେଉଂଠି ? ବୋଲି ପ୍ରଶ୍ନ କରାଯାଇଛି। ସେହିପରି ଗ୍ରୀଷ୍ମ କାଳ ରେ ଅନେକ ଅଂଚଳ ରେ ଉତ୍କଟ ପାଣି ସମସ୍ୟା ରହିଛି। ଲୋକେ ପାନୀୟ ଜଳ ପାଇଁ ବହୁତ୍ ଅସୁବିଧା ଭୋଗୁଛନ୍ତି। କଳ କାରଖାନାରୁ ନିର୍ଗତ ଦୁର୍ଗନ୍ଧ ଯୁକ୍ତ ବର୍ଜ୍ୟ ବସ୍ତୁ ନଈ ନାଳ ରେ ମିଶୁଛି। ମଣିଷ ସମାଜ, ପଶୁ ପକ୍ଷୀ ସଭିଏଁ ଏହି ଦୂଷିତ ଜଳ ପିଉଛନ୍ତି। ତେଣୁ ଏଥିପାଇଁ ସରକାର୍ କି ପ୍ରକାର ପଦକ୍ଷେପ ନେଇଛନ୍ତି ଦୟାକରି ଜଳ ଯୋଗାଣ ମନ୍ତ୍ରୀ କହିବେ କି ? ଏହା ଥିଲା ଗୃହ ବିଭାଗ ଉପରେ ପ୍ରଶ୍ନ। ବାଚସ୍ପତି ମହୋଦୟା ସରକାର୍ ଙ୍କ ଆଇନ୍ ଶୃଙ୍ଖଳା କୁ ନେଇ ଲୋକେ ଚିନ୍ତିତ ଅଛନ୍ତି। ନିର୍ଭୟା କେସ ପ୍ରତି ପ୍ରାଣକୁ ଥରାଇ ଦେଉଛି। ମହିଳା ସୁରକ୍ଷା ପାଇଁ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି? ସରକାର୍ ଙ୍କ ଯୋଜନା ଗୁଡ଼ିକ ଗ୍ରାଉଣ୍ଡ ରୁଟ ରେ ପ୍ରଭାବ ପଡ଼ି ପାରୁ ନାହିଁ କାହିଁକି? ବୋଲି ପ୍ରଶ୍ନ କରାଯାଇ ଥିଲା। ଏଭଳି ସବୁ ପ୍ରଶ୍ନ ବାଣରେ ଛାୟା ସଂସଦ ଭିତରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ। ଗ୍ରାମାଂଚଳ ସ୍କୁଲ୍ ଗୁଡ଼ିକରେ ଥିବା ନେଟୱର୍କ ବିନା ଇଂଟରନେଟ୍ ସମସ୍ୟା, କୃଷି, ପାନୀୟ ଜଳ, ଚାଷୀ ସମସ୍ୟା, ମହିଳା ସୁରକ୍ଷା, ଫସଲ ଅଭାବୀ ବିକ୍ରି ଉପରେ ପ୍ରଶ୍ନ ପଚାରି ସରକାର୍ ଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଷଣ୍ଢପଥର ପିଏମଶ୍ରୀ ହାଇସ୍କୁଲ୍ ଛାତ୍ର ଛାତ୍ରୀ ଙ୍କ ଏଭଳି ପ୍ରୟାସ ସରକାର୍ ଙ୍କୁ ଏକ ଚେତାବନୀ ସଦୃଶ ହୋଇଛି। ଯାହା ଗ୍ରାମାଂଚଳର ପ୍ରତ୍ୟେକ ଜନ ଜୀବନ ସହିତ ବାସ୍ତବ ଚିତ୍ର ଯୋଡ଼ି ହୋଇ ରହିଛି। ପ୍ରଧାନଶିକ୍ଷକ ଡ. ରାଜେନ୍ଦ୍ର ଜଗତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସହକାରୀ ଶିକ୍ଷୟିତ୍ରୀ ସ୍ୱରୂପା ମାଝି ଓ ଲକ୍ଷ୍ମୀପ୍ରିୟା ସାହୁ ଛାୟା ସଂସଦ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ସାଂସଦ ମାନେ ସଂସଦ ଭବନ ଭିତରେ କିଭଳି ପ୍ରଶ୍ନ ପଚାରି ଥାନ୍ତି ଦେଖାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ଛାତ୍ର ଛାତ୍ରୀ ମାନେ ଯେ ଗ୍ରାମାଂଚଳ ରେ ରହୁଥିବା ମୌଳିକ ସମସ୍ୟା ଗୁଡ଼ିକ ସ୍କୁଲ୍ ଶିକ୍ଷା, ଜୀବନ ପ୍ରତି ପ୍ରଭାବିତ କରୁଛି ଉଭୟ ନେତା ଓ ଜନତାଙ୍କ ପାଇଁ ସତର୍କ କରାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande