
ନୂଆପଡ଼ା, ୧୯ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଭିଯୋଗ ଶୁଣାଣୀ ଶିବିର ଖଡିଆଳ ପଞ୍ଚାୟତ ସମିତି ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ଶିବିରରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ l ଆଜି ସମୁଦାୟ ୯୧ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୭୮ଟି ଓ ସାମୁହିକ ୧୩ଟି ଅଭିଯୋଗ ଥିଲା । ଏହିସବୁ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ,ଡିଏଫଓ ଅଜିଜ ଖାନ, କେନ୍ଦୁଲିଫ ଡିଏଫଓ ଏ ମାଧବୀ ଲତା, ସିଡିଏମଓ ଡଃ. ଦ୍ବାରିକାନାଥ ଶତପଥୀ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ l ଖଡ଼ିଆଳ ବିଡ଼ିଓ ମିଲନ କୁମାର ଝଙ୍କାର, ତହସିଲଦାର ନରସିଂହ ଗଦବା, ଖଡିଆଳ ଏନଏସି ଇଓ ସ୍ଵାଧୀନ ମହାରଣା, ଡେପୁଟୀ କଲେକ୍ଟର ଶେଖ୍ ନସିମ, ଚିନ୍ମୟ ସାଗର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ l
ଶିବିରରେ ଅସହାୟ ଶାନ୍ତିଲତା ପଟ୍ଟନାୟକ, ଗୁର ହାତୀ, ମଞ୍ଜୁ ସୁନା ଓ ଡାଳିମ୍ବ ବେହେରାଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ରେଡକ୍ରସ୍ ପାଣ୍ଠିରୁ ତତ୍କାଳୀନ ସହାୟତା ଯୋଗାଇ ଦିଆଯାଇଥିଲା l ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଖଡିଆଳ ବ୍ଲକ୍ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଭୋଜପୁର ପଞ୍ଚାୟତରେ ପ୍ରାଣୀ ପାଇଁ ଦିନଟିଏ ଉପଲକ୍ଷେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା l
ହିନ୍ଦୁସ୍ଥାନ ସମାଚାର / ହେମନ୍ତ