ଧାମନଗରର ନଦୀ ସଂସ୍କାର ହେଲେ ଚାଷୀଙ୍କ ଭାଗ୍ୟ ବଦଳାଇବା ସହ ବଢ଼ାଇବ ଅଂଚଳର ଶୋଭା
ଭଦ୍ରକ, ୧୯ ଜାନୁଆରୀ (ହି.ସ.)- ଏହି ଜିଲାର ଧାମନଗର ବ୍ଲକ ଦେଇ ପ୍ରବାହିତ ଅନେକ ନଦୀ ଓ ନାଳ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛନ୍ତି। କୋଚିଳା, ଗେଙ୍ଗୁଟି, ରେବ, କପାଳି, ନାଳୀଆ, ଯ ଏବଂ କଣ୍ଡିଆ ଭଳି ନଦୀ ଗୁଡ଼ିକ ଏହି ଅଂଚଳର ଜୀବନରେଖା ହୋଇଥିବା ବେଳେ, ଏବେ ସେଗୁଡ଼ିକର ଅବସ୍ଥା ଶୋଚନୀୟ। ଯଦି ସରକାର
DHAMNAGAR NADI SANSKAR


ଭଦ୍ରକ, ୧୯ ଜାନୁଆରୀ (ହି.ସ.)- ଏହି ଜିଲାର ଧାମନଗର ବ୍ଲକ ଦେଇ ପ୍ରବାହିତ ଅନେକ ନଦୀ ଓ ନାଳ ଏବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛନ୍ତି। କୋଚିଳା, ଗେଙ୍ଗୁଟି, ରେବ, କପାଳି, ନାଳୀଆ, ଯ ଏବଂ କଣ୍ଡିଆ ଭଳି ନଦୀ ଗୁଡ଼ିକ ଏହି ଅଂଚଳର ଜୀବନରେଖା ହୋଇଥିବା ବେଳେ, ଏବେ ସେଗୁଡ଼ିକର ଅବସ୍ଥା ଶୋଚନୀୟ। ଯଦି ସରକାରୀ ସ୍ତରରେ ଏହି ନଦୀଗୁଡ଼ିକର ବ୍ୟାପକ ସଂସ୍କାର ଓ ସୌନ୍ଦର୍ଯ୍ୟ କରଣ କରାଯାଏ, ତେବେ ଏହା କେବଳ ପରିବେଶକୁ ସୁଧାରିବ ନାହିଁ, ବରଂ ହଜାର ହଜାର ଚାଷୀଙ୍କ ଜୀବନ ଜୀବିକାରେ ବୈପ୍ଳବିକ ପରିବର୍ତନ ଆଣିପାରିବ। ବର୍ଷା ଦିନେ ବନ୍ୟା, ଖରା ଦିନେ ଶୁଖିଲା ହୁଏ ନଦୀ, ଧାମନଗର ବ୍ଲକର ଅଧିକାଂଶ ନଦୀରେ କେବଳ ବର୍ଷା ଋତୁରେ ପାଣି ରହୁଥିବା ବେଳେ ବର୍ଷର ବାକି ସମୟ ଏଗୁଡ଼ିକ ଶୁଖିଲା ପଡ଼ିଥାଏ। ଅନ୍ୟପଟେ, ନଦୀ ଶଯ୍ୟାରେ ଅନାବନା ଘାସ ଓ ଗୁଡଝାଞ୍ଜୀ ଦଳ ଭର୍ତି ହୋଇ ରହିଥିବାରୁ ପାଣି ବ୍ୟବହାର ଅଯୋଗ୍ୟ ହୋଇ ପଡ଼ୁଛି। ପୂର୍ବରୁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଖନନ କାର୍ଯ୍ୟ କରିଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ନଦୀ ଗୁଡ଼ିକ ପୁଣି ପୋତି ହୋଇଯାଇଛି।ସଂସ୍କାର ଯୋଜନାର ଆବଶ୍ୟକତା ନଦୀଗୁଡ଼ିକର ପୁନରୁଦ୍ଧାର ଆବଶ୍ୟକ ରହିଛି। ପୋତି ହୋଇଯାଇଥିବା ନଦୀ ଶଯ୍ୟା କୁ ଗଭୀର କରି ଖୋଳାଯିବା ଦରକାର, ଯଦ୍ୱାରା ଅଧିକ ପାଣି ସଂଚୟ ହୋଇ ରହିପାରିବ। ଗୁଡଝାଞ୍ଜୀ ଓ ଅନ୍ୟାନ୍ୟ ଜଳଜ ଅନାବନା ଗଛକୁ ସମ୍ପୂର୍ଣ୍ଣ ସଫା କରିବା ଆବଶ୍ୟକ ରହିଛି। ବିଭିନ୍ନ ସ୍ଥାନରେ ଚେକ ଡ୍ୟାମ ବା ଆନିକଟ ନିର୍ମାଣ କରାଗଲେ ବର୍ଷ ସାରା ଜଳଧାରଣ ସମ୍ଭବ ହେବ।ଯଦି ଏହି ନଦୀଗୁଡ଼ିକରେ ବର୍ଷ ସାରା ପାଣି ରହେ, ତେବେ ଧାମନଗରର ଚାଷୀମାନେ ରବି ଚାଷ ଓ ପନିପରିବା ଚାଷ ପାଇଁ ଜଳସେଚନର ସୁବିଧା ପାଇପାରିବେ। ଏହା ବ୍ୟତୀତ ନଦୀ କୂଳର ସୌନ୍ଦର୍ଯ୍ୟକରଣ କରାଗଲେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ପ୍ରାତଃ ଭ୍ରମଣ ଓ ବିନୋଦନର ଏକ ଉତମ ସ୍ଥାନ ପାଲଟିବ ।ଧାମନଗରର ଭୌଗୋଳିକ ସ୍ଥିତି ନଦୀମାତୃକ। ଏଠାରେ ଜଳ ସମ୍ପଦର ଅଭାବ ନାହିଁ, ବରଂ ପରିଚାଳନାର ଅଭାବ ରହିଛି। ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏକ ଦୀର୍ଘକାଳୀନ ନଦୀ ସଂସ୍କାର ଯୋଜନା କାର୍ଯ୍ୟକାରୀ କଲେ ଧାମନଗର ଅଂଚଳ ଶସ୍ୟଶ୍ୟାମଳା ହେବା ସହ ଏହାର ହୃତଗୌରବ ଫେରିପାଇବ। ତେବେ ଏ ଦିଗରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande