ଡାଲମିଆ ବିରୋଧରେ ତାତିଲେ ଆଦିବାସୀ
ରାଉରକେଲା, ୧୯ ଜାନୁଆରୀ (ହି.ସ.)- ରାଉରକେଲା ନିକଟ ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଟ କାରଖାନା ଗତ ୭ ବର୍ଷ ଧରି ତା''ର ଖଣି ଇଲାକା ଲାଞ୍ଜିବେର୍ନା ଅଂଚଳରେ ଜୋର ଜବରଦସ୍ତ ଆଦିବାସୀ ମାନଙ୍କ ନିଜ ଜମି ଗୁଡିକୁ କୌଣସି ଲେଖା ପଢା ନଥାଇ ନିଜ ନାମରେ କରାଇ ନେଇଥିବା ଅଭିଯୋଗ କରି ଆଜି ଆଦିବାସୀ ମାନେ ବ
ଡାଲମିଆ ବିରୋଧରେ ତାତିଲେ ଆଦିବାସୀ


ରାଉରକେଲା, ୧୯ ଜାନୁଆରୀ (ହି.ସ.)- ରାଉରକେଲା ନିକଟ ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଟ କାରଖାନା ଗତ ୭ ବର୍ଷ ଧରି ତା'ର ଖଣି ଇଲାକା ଲାଞ୍ଜିବେର୍ନା ଅଂଚଳରେ ଜୋର ଜବରଦସ୍ତ ଆଦିବାସୀ ମାନଙ୍କ ନିଜ ଜମି ଗୁଡିକୁ କୌଣସି ଲେଖା ପଢା ନଥାଇ ନିଜ ନାମରେ କରାଇ ନେଇଥିବା ଅଭିଯୋଗ କରି ଆଜି ଆଦିବାସୀ ମାନେ ବିଜୁ ଏକ୍ସପ୍ରେସକୁ ସକାଳୁ ବନ୍ଦ କରିଦେଇଛନ୍ତି। ଫଳରେ ଉଭୟ ପାଖରେ ହଜାର ହଜାର ଗାଡି ଅଟକି ରହିବା ସହ ଅଚଳା ଅବସ୍ଥା ସୃଷ୍ଟି ହୋଇଛି।

ଖବରରୁ ପ୍ରକାଶ ଯେ, ଲାଞ୍ଜିବେର୍ନା ଅଂଚଳରେ ଡାଲମିଆ ଭାରତ ତା'ର ପ୍ରକଳ୍ପ ଲାଗି ଜନଶୁଣାଣୀ କରିଛି ବୋଲି ଦେଖାଇ ଆଦିବାସୀ ମାନେ ତାଙ୍କ ଜମିକୁ ପଇସା ନେଇ ଦେଇଛନ୍ତି ବୋଲି ଦର୍ଶାଇ ସରକାରୀ ଖାତାରେ ନିଜ ନାମକୁ ନେଇଯାଇଛି। ଏହାର ପ୍ରତିବାଦ କରି ଲୋକେ କହୁଛନ୍ତି ସେମାନେ କୌଣସି ପଇସା ନେଇନାହାନ୍ତି ଓ ଜମି ମଧ୍ୟ ଦେଇ ନାହାନ୍ତି, ଜନଶୁଣାଣୀକୁ ମଧ୍ୟ ଯାଇ ନାହାନ୍ତି। ତେଣୁ କେମିତି ତାଙ୍କ ବାପ ମା ଙ୍କ ଜମିକୁ ଡାଲମିଆ ନେଲା ବୋଲି ପ୍ରଶ୍ନ କରିଛନ୍ତି ଆଦିବାସୀ ମାନେ। ଏ ନେଇ ଜିଲ୍ଲାପଳ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଏତିକି ବେଳେ କମ୍ପାନୀ ପୁଲିସ ଲଗାଇ ଜମି ନେବାକୁ ଉଦ୍ୟମ କରିଥିଲା। ଏହାର ପ୍ରତିବାଦରେ ଆଜି ସକାଳୁ ହଜାର ହଜାର ଆଦିବାସୀ ମହିଳା ରାସ୍ତା ଉପରେ ବସି ରହି ସରକାର ପାଖରେ ନ୍ୟାୟ ମାଗିଛନ୍ତି ଓ ସେମାନଙ୍କ ଜମି ଫେରାଇ ଦେବାକୁ ଦାବି କରିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ଆନ୍ଦୋଳନ ତୀବ୍ର ହୋଇଛି।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande