ଡ଼. ପ୍ରମୋଦ କୁମାର ପ୍ରହରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ, ତରଫରୁ ଡ଼. ପ୍ରମୋଦ କୁମାର ପ୍ରହରାଜଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ
ଡ଼. ପ୍ରମୋଦ କୁମାର ପ୍ରହରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା


କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ, ତରଫରୁ ଡ଼. ପ୍ରମୋଦ କୁମାର ପ୍ରହରାଜଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ ମନୋରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ଼ ସଚ୍ଚିଦାନନ୍ଦ ମିଶ୍ର, ଡ ଗୌରାଙ୍ଗ ଚରଣ ଗିରି, ଡ ଶ୍ୟାମ ସୁନ୍ଦର ଟୁଡୁ, ଡ. ପ୍ରଦୀପ କୁମାର ଦାସଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ କିଶୋର ଚନ୍ଦ୍ର ମିଶ୍ର ଯିଏ କି ନୂତନ ଭାବେ ଏଡିଏମ୍ ଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସିଡ଼ିଏମ୍ ଓ ଅଫିସ ତରଫରୁ ସେକ୍ସନ ଅଫିସର, ଅନ୍ୟାନ୍ୟ ସମସ୍ତ କର୍ମକର୍ତା, ସରକାରୀ ଏଏନ୍‌ଏମ୍ ତାଲିମ କେନ୍ଦ୍ରର ପ୍ରିନ୍ସିପାଲ ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରର ନର୍ସିଂ ଷ୍ଟାଫ ଉପସ୍ଥିତ ରହିଡ଼ ପ୍ରହରାଜଙ୍କୁ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରାଯାଇ ଥିଲା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମକର୍ତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande