
ନୂଆଦିଲ୍ଲୀ, 19 ଜାନୁଆରି (ହି.ସ.)- ଭାରତ ନିର୍ବାଚନ ଆୟୋଗ ପ୍ରଥମ ଭାରତ ଆନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ
ପରିଚାଳନା ସମ୍ମିଳନୀ2026 ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ
ଅଛି। ଏହି ସମ୍ମିଳନୀ 21 ରୁ 23 ଜାନୁଆରୀ ପର୍ଯ୍ୟନ୍ତ ଏଠାରେ ଭାରତ ମଣ୍ଡପମ୍ରେ ଆୟୋଜିତ ହେବ।
ଏହାର ଆୟୋଜନ ଭାରତ ଆନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥା ଦ୍ୱାରା
କରାଯାଉଛି।
ନିର୍ବାଚନ ଆୟୋଗଙ୍କ ଅନୁସାରେ, ଆଇଆଇସିଡିଇଏମ2026
ନିର୍ବାଚନ ପରିଚାଳନା ଓ ଗଣତନ୍ତ୍ର କ୍ଷେତ୍ରରେ ଭାରତ ଦ୍ୱାରା ଆୟୋଜିତ ଏପରି ପ୍ରକାରର ସବୁଠାରୁ
ବଡ଼ ବିଶ୍ୱସ୍ତରୀୟ ସମ୍ମିଳନୀ ହେବ। ଏଥିରେ ବିଶ୍ୱର 70 ଠାରୁ ଅଧିକ ଦେଶର ପ୍ରାୟ 100 ଜଣ
ଆନ୍ତର୍ଜାତୀୟ ପ୍ରତିନିଧିଙ୍କ ସହିତ, ଆନ୍ତର୍ଜାତୀୟ ସଂଗଠନ,
ଭାରତରେ
ଅବସ୍ଥିତ ବିଦେଶୀ ମିଶନ୍ର ପ୍ରତିନିଧିମାନେ, ଏବଂ ଶିକ୍ଷାବିଦ୍ ଓ
ନିର୍ବାଚନ କାର୍ଯ୍ୟସହ ଜଡିତ ବିଶେଷଜ୍ଞମାନେ ଭାଗ ନେବାର ସମ୍ଭାବନା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା