ଗୋଚର ଜମିରେ ପ୍ରାସାଦ ନିର୍ମାଣ, ସରକାରୀ ନିର୍ଦ୍ଦେଶକୁ ବେଖାତିର, ଉଛେଦ ହେବ କେବେ (ଫଟୋ)
ଘଟ ଗାଁ ୧୯ ଜାନୁଆରୀ( ହିଁ ସ)ହାଟଡିହି ବ୍ଳକ ଶାଳଣିଆଁ ପଞ୍ଚାୟତର ସୋଲପଗ ଗ୍ରାମରେ ଗୋଚର ଜମିରେ ପ୍ରାସାଦ ନିର୍ମାଣ ଚାଲିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ଗ୍ରାମବାସୀମାନେ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବାପରେ ସେତେବେଳେ ଡଅଁର ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପର
ଗୋଚର ଜମିରେ ପ୍ରାସାଦ ନିର୍ମାଣ,   ସରକାରୀ ନିର୍ଦ୍ଦେଶକୁ ବେଖାତିର, ଉଛେଦ ହେବ କେବେ (ଫଟୋ)


ଘଟ ଗାଁ ୧୯ ଜାନୁଆରୀ( ହିଁ ସ)ହାଟଡିହି ବ୍ଳକ ଶାଳଣିଆଁ ପଞ୍ଚାୟତର ସୋଲପଗ ଗ୍ରାମରେ ଗୋଚର ଜମିରେ ପ୍ରାସାଦ ନିର୍ମାଣ ଚାଲିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ଗ୍ରାମବାସୀମାନେ ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବାପରେ ସେତେବେଳେ ଡଅଁର ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରି ଜବରଦଖଲକାରୀଙ୍କ ବିରୁଦ୍ଧରେ କେସ୍ ନଂ ୪୨/୨୦୨୩ ଅନୁଯାୟୀ ଏକ ଜବରଦଖଲ ମାମଲା ପଞ୍ଜିକୃତ କରିବା ସହିତ ଜୋରିମାନା ଧାର୍ଯ୍ୟ କରିଥିଲେ। ଏପରିକି ଘର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିଲେ ବି ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତି ଜଣକ ଘର କାମ ସମ୍ପୂର୍ଣ୍ଣ କରି କରିଛନ୍ତି। ଯାହାଦ୍ୱାରା ଗୋରୁ ଗାଈ ଚରିବାକୁ ସ୍ଥାନ ଅଭାବ ଦେଖା ଦେଇଛି। ଏନେଇ ଗ୍ରାମର ରଞ୍ଜନ ବାରିକ ନାମକ ଜଣେ ବ୍ୟକ୍ତି ହାଟଡିହି ତହସିଲଦାର, ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ, ରାଜସ୍ବ କମିଶନର, ରାଜସ୍ବ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କରିଥିବା ଅଭିଯୋଗ ଅନୁଯାୟୀ, ଗୋଚର ଜମିରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବାକୁ ନିୟମ ନଥିବା ବେଳେ ସୋଲପଟା ମୌଜାରେ ଗୋଚର ଜମିରେ ଏକ ବିରାଟ ପକ୍କାଘର ନିର୍ମାଣ ହେଉଛି । ତଅଁର ରାଜସ୍ୱ ସର୍କଲ ଅଧୀନସ୍ଥ ସୋଲପଟା ମୌଜାର ଖାତାନଂ-୧୩୪ ପୁଟ-ନଂ ୬୨୪ କିସମ ଗୋଚର ଥିବା ବେଳେ ତାହା ଉପରେ ଗ୍ରାମର ଜଣେ ବ୍ୟକ୍ତି ଏକ ପ୍ରାସାଦ ନିର୍ମାଣ କରୁଛନ୍ତି। ଏହାଦ୍ୱାରା ଗ୍ରାମର ଗୋଚର ଜମି ସଙ୍କୁଚିତ ହେବାସହ ଗୋରୁମାନେ ଚଗିବାରେ ଅସୁବିଧା ହେଉଛି। ଗ୍ରାମବାସୀ ଙ୍କ ଦାବି ପରେ ତହସିଲ ପକ୍ଷରୁ ୧୯.୧୨.୨୦୨୩ ତାରିଖରେ ଏକ ନୋଟିସ କରାଯାଇ ଜବରଦଖଲକାରୀଙ୍କୁ ୩୦ ଦିନ ମଧ୍ୟରେ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି, ଉକ୍ତ ନୋଟିସ୍ ଜାରି ହେବା ସତ୍ତ୍ୱେ, ଜବରଦଖଲକାରୀ ଜମି ଖାଲି କରିନାହାଁନ୍ତି, ଏବଂ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା କୌଣସି ଉଚ୍ଛେଦ କିମ୍ବା ଭଙ୍ଗା କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ଜବର ଦଖଲକାରି ଜଣକ ଭୂମିହୀନ ହୋଇ ନଥିବା ବେଳେ ତାଙ୍କର ପର୍ଯ୍ୟାପ୍ତ ଜମି ସୋଲ ପଟା ମୌଜାରେ ଅଛି। ଏଣୁ ତୁରନ୍ତ ଏହି କୋଠାଘରକୁ ଉଛେଦ କରିବାକୁ ରଞ୍ଜନ ବାରିକ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande