
କନ୍ଧମାଳ, ୧୯ ଜାନୁଆରୀ(ହି.ସ.) – କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସଭା ଗୃହରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଉପସ୍ଥିତି ରହି ସାଧାରଣ ଲୋକଙ୍କ ୬୯ଟି ଅଭିଯୋଗ ଗ୍ରହଣ କରି ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ୫୩ଟି ବ୍ୟକ୍ତିଗତ ଓ ୧୬ଟି ଗୋଷ୍ଠୀଗତ ସମସ୍ୟା ସମ୍ବଳିତ ଅଭିଯୋଗ ଆସିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ହରିଶ୍ ବିସି, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବାଲିଗୁଡ଼ା ଉପ ଜିଲ୍ଲାପାଳ ପ୍ରଣୀତା ଦାଶ, ବାଲିଗୁଡ଼ା ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, ସିଡିଏମଓ ଡାକ୍ତର ସନ୍ତୋଷ କୁମାର ପାଢ଼ୀ ପ୍ରମୁଖଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଇ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ବିଡ଼ିଓ ଶୁଭ୍ରାଞ୍ଜଳୀ ପ୍ରଧାନ, ସହକାରୀ ନୀର୍ବାହୀ ଯନ୍ତ୍ରୀ ଇଂ ଶୋଭମ ମହାପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ପ୍ରିୟବ୍ରତ ପାଣିଗ୍ରାହୀ, ମୃତିକା ସଂରକ୍ଷଣ ଅଧିକାରୀ ରବି ନାରାୟଣ ଭୂୟାଁ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିଭୁଦତ ବିଶ୍ୱାଳ,ବନାଂଚଳ ଅଧିକାରୀ ରମାକାନ୍ତ କହଁର, ବନପାଳ ଶୁଶାନ୍ତ କୁମାର ବୈଶାଖୀ,ଜିପିଇଓ ସ୍ମୃତି ସାଗର ପ୍ରଧାନ, ସିଡ଼ିପିଓ ସୋନିଆ ହେମ୍ବ୍ରମ, ପିଇଓ ଅନିଲ କୁମାର ପଟ୍ଟନାୟକ, ସିପି ରାକେଶ କୁମାର ସାହୁଙ୍କ ସମେତ ଜିଲ୍ଲା ଓ ବ୍ଲକର ସମସ୍ତ ପଦାଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଆଶୁତୋଷ ଜେନା ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାବେଳେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ