
ଜୟପୁର, ୧୯ ଜାନୁଆରୀ (ହି.ସ.)- ଅନ୍ତର୍ଜାତୀୟ ମାଗାଜିନ୍ ଇନୋଭେସନ ଇନ୍ସାଇଡର ୨୦୨୫ ଆମେରିକାର କୋଡ଼ିଏ ବର୍ଷରୁ କମ କୋଡ଼ିଏ ଜଣଙ୍କ ଇଂଭେସନ ଆଇଡିଆ, ତଥା ପରିବେଶର ଉନ୍ନତି ନିମନ୍ତେ ବିଶ୍ବରେ କାର୍ଯ୍ୟ କରୁଥିବା ଯୁବ ବ୍ୟକ୍ତିତ୍ଵଙ୍କ ସାମାଜିକ କାର୍ଯ୍ୟକୁ ବିଶ୍ବ ଦରବାର ରେ ପରିଚିତ କରିବା ପାଇଁ ପ୍ରତି ବର୍ଷ କୋଡ଼ିଏ ଜଣଙ୍କୁ ମନୋନୀତ କରି ମାଗାଜିନ୍ ରେ ସ୍ଥାନିତ କରାଯାଏ। ଚଳିତ ବର୍ଷ ୨୦୨୫ ବର୍ଷ ନିମନ୍ତେ ଆମ ଅଞ୍ଚଳର ଝିଅ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କ କୃଷିଭିତ୍ତିକ ଜୈବ ବିବିଧତାରେ ଦେଶୀ ବିହନ ଧାନ, ମାଣ୍ଡିଆ, ସୁଁଆ ଓ ସ୍ଥାନୀୟ ବିସ୍ମୃତ ଖାଦ୍ୟର ସୁରକ୍ଷା, ବ୍ୟାପକ ଚାଷ, ଓ ଏହାର ସଂରକ୍ଷଣ ନିମନ୍ତେ ଅନ୍ତର୍ଜାତୀୟ ମାଗାଜିନ୍ ରେ ସ୍ଥାନ ପାଇଛନ୍ତି। ଯାହା ନିମନ୍ତେ ଦେଶ ଓ ଆମ ଅଞ୍ଚଳକୁ ଗର୍ବିତ କରିଛନ୍ତି। ପ୍ରକାଶ ଥାଉକି, ହର୍ଷିତା ପ୍ରିୟଦର୍ଶିନୀ ସିଡ ଗାର୍ଲ୍ ଅଫ ଇଣ୍ଡିଆ ରୁପେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପରିଚିତ। ଏଥି ପୂର୍ବରୁ ଆମେରିକାର ଆକ୍ସନ ଫୋର୍ ନେଚର୍ ଅନୁଷ୍ଠାନ ତରଫରୁ ଅନ୍ତର୍ଜାତୀୟ ଯୁବ ପରିବେଶ ବିତ ୨୦୨୫, ରୂପେ ସମ୍ମାନିତ ହୋଇ ପୁରସ୍କୃତ ହେଇଛନ୍ତି। ସେ ବର୍ତ୍ତମାନ ହର୍ଷିତା ପ୍ରିୟଦର୍ଶିନୀ ବିହନ ଓ ଖାଦ୍ୟ ବ୍ୟାଙ୍କ ଗଠନ କରି ୨୩୦ ରୁ ଉର୍ଦ୍ଧ ଦେଶୀ ଧାନ, ୮୦ ରୁ ଉର୍ଦ୍ଧ ମାଣ୍ଡିଆ, ୬ ପ୍ରକାର ସୁଁଆ, ୧୦ ରୁ ଅଧିକ ଶିମ୍ବ, ଝଟା ତଥା ଆମ ଅଞ୍ଚଳ ର ବିସ୍ମୃତ ଖାଦ୍ୟର ବିହନ ସଂଗ୍ରହ କରି ରଖିଛନ୍ତି। ଏଥି ସହ ସେ ତିନି ବର୍ଷ ହେଲାଣି ଆମ ଜିଲ୍ଲାର ତିନୋଟି ବ୍ଲକ ରେ ତିନି ଶହରୁ ଅଧିକ ମହିଳା ଓ ବାଳିକାଙ୍କୁ ଦେଶି ବିହନ ମାଗଣାରେ ଯୋଗେଇ ଚାଷ ଓ ଏହାର ସଚେତନତା କରି ଆସୁଛନ୍ତି। ସେ ଆଜି ଯାଏଁ ଛଅରୁ ଅଧିକ ଅନ୍ତର୍ଜାତୀୟ ସେମିନାରରେ ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ତାଙ୍କର କାର୍ଯ୍ୟକୁ ଆକ୍ସନ ଫୋର୍ ନେଚର, ଇନୋଭେସନ୍ ୱାଲ୍ଡ, ଜୁଏଲ ଅଫ ଓଡ଼ିଶା, ସେଣ୍ଟର ଫର ଏନଭେରମେନ୍ଟଷ୍ଟଡି, ନେସନାଲ କଲିଆସନ ନେଚୁରାଲ ଫାର୍ମିଂ, ଦା ବେଟର ଇଣ୍ଡିଆ, ଥାଟି ସେଡ ଓ ଅନେକ ମାଗାଜିନ୍, ପତ୍ର ପତ୍ରିକା ରେ ସ୍ଥାନ ପାଇ ଆମ ଅଞ୍ଚଳକୁ ଗର୍ବିତ କରିଛନ୍ତି। ତାଙ୍କରି କାର୍ଯ୍ୟ ପାଇଁ ଜାତୀୟ,ଆନ୍ତର୍ଜାତୀୟ, ସ୍ତର ରେ ଅନେକ ପୁରସ୍କାର ଓ ସମ୍ମାନିତ ହେଇଛନ୍ତି। ଏଥି ପାଇଁ ତାଙ୍କୁ ସ୍ଥାନୀୟ ଅନୁଷ୍ଠାନ, ବୁଦ୍ଧିଜିବୀ ଶୁଭେଚ୍ଛା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି