ପୋଲାଣ୍ଡର ପାକିସ୍ତାନ ସହିତ ସଂପର୍କକୁ ବିରୋଧ କଲା ଭାରତ
ନୂଆଦିଲ୍ଲୀ, 19 ଜାନୁଆରି (ହି.ସ.)- ଭାରତ ପୋଲାଣ୍ଡ ସହିତ ପାରସ୍ପରିକ ବ୍ୟାପାର ଏବଂ ସାଂସ୍କୃତିକ ଓ ଲୋକ-ଲୋକ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପ୍ରତି ନିଜର ଇଚ୍ଛା ପ୍ରକାଶ କରିଛି। କିନ୍ତୁ ଏହା ସହିତ, ରୁଷ ସହ ବ୍ୟାପାର ସମ୍ପର୍କିତ ବିଷୟରେ ଆମେରିକା ଦ୍ୱାରା ଟାରିଫ୍‌
ପୋଲାଣ୍ଡର ପାକିସ୍ତାନ ସହିତ ସଂପର୍କକୁ ବିରୋଧ କଲା ଭାରତ


ନୂଆଦିଲ୍ଲୀ, 19 ଜାନୁଆରି (ହି.ସ.)- ଭାରତ ପୋଲାଣ୍ଡ ସହିତ ପାରସ୍ପରିକ ବ୍ୟାପାର ଏବଂ ସାଂସ୍କୃତିକ ଓ ଲୋକ-ଲୋକ

ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପ୍ରତି ନିଜର ଇଚ୍ଛା ପ୍ରକାଶ କରିଛି। କିନ୍ତୁ ଏହା

ସହିତ, ରୁଷ ସହ ବ୍ୟାପାର ସମ୍ପର୍କିତ ବିଷୟରେ ଆମେରିକା ଦ୍ୱାରା ଟାରିଫ୍‌

ମାଧ୍ୟମରେ ଅନୁଚିତ ଭାବେ ଭାରତକୁ ଲକ୍ଷ୍ୟ କରାଯାଉଥିବା ଏବଂ ପୋଲାଣ୍ଡ ଦ୍ୱାରା ପାକିସ୍ତାନକୁ

ଦିଆଯାଉଥିବା ସହଯୋଗ ଫଳରେ ଆତଙ୍କବାଦୀ ଢାଞ୍ଚା ମଜବୁତ ହେଉଥିବା ବିଷୟରେ ଭାରତ ନିଜର ଆପତ୍ତି

ଖୋଲାଖୋଲି ଭାବେ ଜଣାଇଛି।

ସୋମବାର ଏଠାରେ ହାଇଦ୍ରାବାଦ ହାଉସରେ ପୋଲାଣ୍ଡ ଗଣରାଜ୍ୟର ଉପ-ପ୍ରଧାନମନ୍ତ୍ରୀ ଏବଂ ବିଦେଶ

ମନ୍ତ୍ରୀ ରାଡୋସ୍ଲାଵ ସିକୋରସ୍କିଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରର ଦ୍ୱିପକ୍ଷୀୟ ବୈଠକରେ ବିଦେଶ

ମନ୍ତ୍ରୀ ଏସ୍. ଜୟଶଙ୍କର ଭାରତର ପକ୍ଷ ସ୍ପଷ୍ଟ ଭାବେ ଉପସ୍ଥାପନ କରିଥିଲେ। ଏହାକୁ ଅତିଥି ନେତା

ସମ୍ମତି ଜଣାଇ କହିଥିଲେ ଯେ ଭାରତକୁ ଚୟନାତ୍ମକ ଭାବେ ଲକ୍ଷ୍ୟ କରାଯାଉଥିବା ଅନୁଚିତ। ସେ

କହିଥିଲେ ଯେ ପୋଲାଣ୍ଡ ମଧ୍ୟ ଆତଙ୍କବାଦୀ ହିଂସାର ଶିକାର ହୋଇଛି,

ତେଣୁ

ଆତଙ୍କବାଦକୁ ମଜବୁତ କରିବା ଯେକୌଣସି ପ୍ରୟାସକୁ ସେ ସମର୍ଥନ କରିପାରିବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande