ଜଗଦଲପୁର ତ୍ରିପତି ମନ୍ଦିର ରୌପ୍ୟ ଜୟନ୍ତି ଉତ୍ସବ ନିମନ୍ତେ ନିମନ୍ତ୍ରଣ
ଜୟପୁର, ୧୯ ଜାନୁଆରି (ହି.ସ.) - ଜୟପୁର ଓ ଜଗଦଲପୁର ମଧ୍ୟରେ ରାଜରାଜୁଡା ଅମଳରୁ ସପ୍ସପର୍କ ଯୋଡିହୋଇ ରହିଥିବା ବେଳେ ସେହି ପରମ୍ପରା ବଜାୟ ରଖିବା ନିମନ୍ତେ ଆଜି ଜଗଦଲପୁର ତ୍ରିପତି ମନ୍ଦିର ପରିଚାଳନା କମିଟିର କର୍ମକର୍ତା ମାନେ ରୌପ୍ୟ ଜୟନ୍ତିରେ ଯୋଗ ଦେବା ନିମନ୍ତେ ଜୟପୁର ସହରକୁ ଆସି ନିମନ୍ତ୍ରଣ ଦେଇ
ଜଗଦଲପୁର ତ୍ରିପତି ମନ୍ଦିର ରୌପ୍ୟ ଜୟନ୍ତି ଉତ୍ସବ ନିମନ୍ତେ ନିମନ୍ତ୍ରଣ


ଜୟପୁର, ୧୯ ଜାନୁଆରି (ହି.ସ.) - ଜୟପୁର ଓ ଜଗଦଲପୁର ମଧ୍ୟରେ ରାଜରାଜୁଡା ଅମଳରୁ ସପ୍ସପର୍କ ଯୋଡିହୋଇ ରହିଥିବା ବେଳେ ସେହି ପରମ୍ପରା ବଜାୟ ରଖିବା ନିମନ୍ତେ ଆଜି ଜଗଦଲପୁର ତ୍ରିପତି ମନ୍ଦିର ପରିଚାଳନା କମିଟିର କର୍ମକର୍ତା ମାନେ ରୌପ୍ୟ ଜୟନ୍ତିରେ ଯୋଗ ଦେବା ନିମନ୍ତେ ଜୟପୁର ସହରକୁ ଆସି ନିମନ୍ତ୍ରଣ ଦେଇଛନ୍ତି। ଜଗଦଲପୁର ଅଂଚଳରେ ନିର୍ମାଣ ହୋଇଥିବା ଭଗବାନ ଭେଙ୍କେଟେଶ୍ୱର ସ୍ୱାମୀ ବାଲାଜୀ ମନ୍ଦିରର ରୌପ୍ୟ ଜୟନ୍ତି ଉତ୍ସବ ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହୋଇ ଫେବୃଆରି ୧ ତାରିଖରେ ଶେଷ ହେବ। ପରିଚାଳନା କମିଟିର ଅଧ୍ୟକ୍ଷ ବି.ଭାନୁଜି ରାଓ, ମନ୍ଦିର ଟ୍ରଷ୍ଟି ଏମ.ଭେଙ୍କଟ ରାଓ, ମନ୍ଦିର ସେବାଦଳ ପ୍ରମୁଖ ଭି.ବିବେକାନନ୍ଦ ଜୟପୁରାସି ବିଭିନ୍ନ ମନ୍ଦିର ପୂଜାକମିଟିର କର୍ମକର୍ତା ମାନଙ୍କୁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଧାର୍ମିକ ଅନୁଷ୍ଠାନ ବ୍ରାହ୍ମଣ ସମାଜ, ଅଗ୍ର୍ୱାଲ ସମାଜ, ବୈଭବ ବାଲାଜୀ ମନ୍ଦିର କମିଟ, ବ୍ୟବସାୟୀକ ଅନୁଷ୍ଠାନ, ଚାମ୍ବର ଅଫ କମର୍ସର ସମସ୍ତ କର୍ମକର୍ତାଙ୍କୁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଏହି ଅବସରରେ ପରିଚାଳନା କମିଟି କର୍ମକର୍ତାଙ୍କୁ ସ୍ଥାନୀୟ ଏକ ହୋଟେଲ ପରିସରରେ ସମ୍ମାନ ଦେଇ ନିମନ୍ତ୍ରଣ କରାଯାଇଥିଲା। ଏହି ନିମନ୍ତ୍ରଣ କାର୍ଯ୍ୟକ୍ରମରେ ବ୍ୟବସାୟୀ ସଞ୍ଜୟ କୁମାର ଜୈନ,କେ.ଲକ୍ଷ୍ମଣରାଓ, ଜାମି ରମେଶ, ରାଜେଶ ଜୈନ, ତରୁଣ କୁମାର ମହାପାତ୍ର, ଭି. ପ୍ରଭାକର, ଜାମୀ ଭେଙ୍କଟରାଓ, ଆର. ଶ୍ରୀନୁ, ଦୁର୍ଗା ଶର୍ମା, ଆର. ରାମକ୍ରୀଷ୍ଣା,ନୃସିଂହ ଚୌଧୁରୀ, କିଶୋର ପଣ୍ଡା, ବୁନୁ ରଥ, ସୂର୍ଯ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande