



ସମ୍ବଲପୁର, ୧୯ ଜାନୁଆରୀ(ହି.ସ.) – ଜାତୀୟ କନ୍ୟା ଶିଶୁ ସପ୍ତାହ ଉପଲକ୍ଷେ ଶୋଭାଯାତ୍ରା, ସଚେତନତା ସଭା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଏବଂ ପ୍ରମୁଖ ସାର୍ବଜନିକ ସ୍ଥାନଗୁଡ଼ିକରେ ଫ୍ଲେକ୍ସ ବ୍ୟାନର ପ୍ରଦର୍ଶନ ସହ ଅଭିଯାନ ଆରମ୍ଭ ହୋଇଛି। ମୁଖ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ କନ୍ୟା ଶିଶୁର ମୂଲ୍ୟବୋଧ ଓ ପିସି ଆଣ୍ଡ ପିଏନ୍ଡିଟି ଆଇନ ଉପରେ ସଚେତନତା ସଭା, ଏଏନ୍ଏମ୍ଟିସି ଛାତ୍ରୀମାନଙ୍କ ଦ୍ୱାରା ରାଲି, କନ୍ୟା ଶିଶୁ ସୁରକ୍ଷା ପାଇଁ ଶପଥ ଗ୍ରହଣ, ଏବଂ ପୋଷ୍ଟର ଓ ଲିଫ୍ଲେଟ ବଂଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସିଡିଏମ୍ଓ ଆଣ୍ଡ ପିଏଚ୍ଓ, ଏଡିପିଏଚ୍ଓ(ଏଫ୍ଡବ୍ଲୁ), ସିପିଏମ୍, ଏନ୍ଏଚ୍ଏମ୍ ଡିଏଚ୍ଏଚ୍ ସମ୍ବଲପୁରର ଅଧିକ୍ଷକ ଓ ଏଏନ୍ଏମ୍ଟିସି ପ୍ରଧାନ ଉପସ୍ଥିତ ଥିଲେ। ଏହି ଅଭିଯାନ ବୁଦ୍ଧ ରଞ୍ଜନ ଭୋଇ, ସହାୟକ ପ୍ରବନ୍ଧକ ପରିଚାଳନା କରିଥିଲେ। ଏହି ଅଭିଯାନ ୨୪ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ।
ପରବର୍ତୀ କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଦ୍ୱିତୀୟ ଦିବସ ତଥା ୨୦ ତାରିଖ ମଙ୍ଗଳବାର ଦିନ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ଡିବେଟ୍ ଓ କ୍ୱିଜ୍ କାର୍ଯ୍ୟକ୍ରମ। ତୃତୀୟ ଦିବସ ୨୧ ତାରିଖ ବୁଧବାର ଦିନ ଲିଙ୍ଗାନୁପାତ ସୁଧାର ପାଇଁ ଜିଲ୍ଲାର ୩ଟି ବ୍ଲକ୍କୁ ଜିଲ୍ଲାସ୍ତରରେ ସମ୍ମାନିତ କରାଯିବ।
ଚତୁର୍ଥ ଦିବସ ୨୨ ତାରିଖ ଗୁରୁବାର ଦିନ ଲେଡି ଲୁଇସ୍ ଗାର୍ଲ୍ସ ହାଇସ୍କୁଲ୍ ଛାତ୍ରୀମାନଙ୍କ ଦ୍ୱାରା ଶୋଭାଯାତ୍ରା ପରେ ପଂଚମ ଦିବସ ଭାବେ ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସ ପରେଡ୍ ମାଇଦାନ ଓ ସମ୍ବଲପୁର ମହାନଗର ନିଗମ ଅଂଚଳରେ ଜିଲ୍ଲାସ୍ତରରେ ଆଇଇସି ଭ୍ୟାନ ପ୍ରଦର୍ଶନ କରାଯାଇ ବ୍ୟାପକ ସଚେତନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ