କେନ୍ଦୁଝର କରଣ ପରିବାରର ବନ୍ଧୁ ମିଳନ
କେନ୍ଦୁଝର, ୧୯ ଜାନୁଆରୀ(ହି.ସ.) – କେନ୍ଦୁୁଝର କରଣ ପରିବାରର ବାର୍ଷିକ ବନ୍ଧୁ ମିଳନ ରବିବାର ବଡହଳ ଗ୍ରୀନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି। କରଣ ପରିବାରର ଉନ୍ନତି ଏବଂ ଏହାର ସାମୁହିକ ବିକାଶର ଆଭିମୁଖ୍ୟ ନେଇ ଏବଂ ନିଜ ମଧ୍ୟରେ ଏକକ ପରିଚୟାତ୍ମକ ତଥା ପାରିବାରିକ ଭାବାବେଗ ପରିବେଶ ସୃଷ୍ଟି ପାଇଁ
କେନ୍ଦୁଝର କରଣ ପରିବାରର ବନ୍ଧୁ ମିଳନ


କେନ୍ଦୁଝର, ୧୯ ଜାନୁଆରୀ(ହି.ସ.) – କେନ୍ଦୁୁଝର କରଣ ପରିବାରର ବାର୍ଷିକ ବନ୍ଧୁ ମିଳନ ରବିବାର ବଡହଳ ଗ୍ରୀନ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଛି। କରଣ ପରିବାରର ଉନ୍ନତି ଏବଂ ଏହାର ସାମୁହିକ ବିକାଶର ଆଭିମୁଖ୍ୟ ନେଇ ଏବଂ ନିଜ ମଧ୍ୟରେ ଏକକ ପରିଚୟାତ୍ମକ ତଥା ପାରିବାରିକ ଭାବାବେଗ ପରିବେଶ ସୃଷ୍ଟି ପାଇଁ ଏହି ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଏହି ବନ୍ଧୁମିଳନ କରାଯିବ ବୋଲି ସଭାପତି ଅନୁପ ମହାନ୍ତି ସୂଚନା ଦେଇଥିଲେ। ଉପଦେଷ୍ଟା ରବିନାରାୟଣ ଦାସ ଏହି ବନ୍ଧୁମିଳନରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ବନ୍ଧୁମିଳନର ଆବଶ୍ୟକ ଉପରେ ମତ ରଖିଥିଲେ। ବରିଷ୍ଠ ଉପଦେଷ୍ଟା ମଣ୍ଡଳୀର ସଭ୍ୟ ପ୍ରଭଞ୍ଜନ ପଟ୍ଟନାୟକ ଏହି ପରିବାରକୁ ରାଜନୈତିକ ବିଭେଦରୁ ଉର୍ଦ୍ଧ୍ୱରେ ରଖି ପରିବାରକୁ ଆଗେଇ ନେବାପାଇଁ ପରାମର୍ଶ ଦେଇଥିଲେ। ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ଆଇନଜୀବୀ ଅଶ୍ୱିନୀ ପଟ୍ଟନାୟକ ଏହି ପରିବାରକୁ ସାମାଜିକ କାର୍ଯ୍ୟରେ ଅର୍ପଣ ପୂର୍ବକ ଏହାର ପରିସରକୁ ବୃଦ୍ଧିି କରିବା ପାଇଁ ମତ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଲୋକାଭିମୁଖି ତଥା ସେବା ମୂଳକ କାର୍ଯ୍ୟରେ ପରିବାରକୁ ନିୟୋଜିତ କରିବା ପାଇଁ ଉତ୍ସର୍ଗୀକୃତ କରିବା ପାଇଁ ବରିଷ୍ଠ ସଭ୍ୟ କିଶୋର ଚନ୍ଦ୍ର ଦାସ ମତ ରଖିଥିଲେ। ଏହି ବନ୍ଧୁ ମିଳନରେ ପରିବାରକୁ ଚଳାଇ ନେବପାଇଁ ଆର୍ôଥକ ବ୍ୟବସ୍ଥା ଏବଂ ପ୍ରତ୍ୟେକ ମାସରେ ବୈଠକକୁ ସୁନିଶ୍ଚିତ କରିବା ପାଇଁ ସମ୍ପାଦକ ପ୍ରତ୍ୟୁଷ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ପରିବାରର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ପ୍ରତ୍ୟେକ ସଦସ୍ୟ ୫ଜଣ (ଅତି କମ୍‌ରେ) ସଦସ୍ୟ ପ୍ରଦାନ ପାଇଁ ପ୍ରିୟଦର୍ଶୀ ପଟ୍ଟନାୟକ ମତ ଦେଇଥିଲେ। ପରିବାରର ବରିଷ୍ଠ ସଦସ୍ୟ ବିନୟ ପଟ୍ଟନାୟକ ଏକ ଶୃଙ୍ଖଳିତ ପରିବାର ଗଠନର ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ସହ ଏହି କରଣ ପରିବାରକୁ ନୂତନ ଦିଗ୍‌ଦର୍ଶନ ଦେବା ସହ ବୈଠକକୁ ଏକ ନିଜସ୍ୱ ସଭାଗୃହରେ କରାଇବା ପାଇଁ ମତ ରଖିଥିଲେ । ବରିଷ୍ଠ ସଦସ୍ୟ ଚିତରଞ୍ଜନ ଦାସ, ବିଧାନ ପଟ୍ଟନାୟକ, ସାମ୍ବାଦିକ ପ୍ରଦୀପ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଆଇନଜୀବୀ ସୁବ୍ରତ ମହାନ୍ତି, ଅମର ପଟ୍ଟନାୟକ, ମହେଶ ପଟ୍ଟନାୟକ, ଶୁଭେନ୍ଦୁ ପଟ୍ଟନାୟକ ଏହି ବୈଠକ ପାଇଁ ଆବଶ୍ୟକ ଭିତିଭୂମି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଶେଷରେ ସଂଘର ବରିଷ୍ଠ ସଦସ୍ୟ ପ୍ରଦୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ବହୁ ସଦସ୍ୟ ସାମିଲ ହୋଇଥିଲେ। କରଣ ପରିବାରର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜାତୀୟ ସଙ୍ଗୀତ ଗାନ ରୁ ଆରମ୍ଭ ହୋଇ ଶାନ୍ତି ପ୍ରାର୍ଥନାରେ ଶେଷ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande