କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସ୍ୱନକ୍ଷତ୍ର ଦିବସ
କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ କୋ-ଅପରେଟିଭ୍ ସୋସାଇଟି ଭାବେ ପରିଚିତ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିଲିଃର ମୁଖ୍ୟଶାଖାର ୨୬ତମ ସ୍ୱନକ୍ଷତ୍ର ଦିବସ ପାଳନ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ସମବାୟବିତ୍ ବରିଷ୍ଠ ସମାଜସେବୀ ପ୍ରମୋ
କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସ୍ୱନକ୍ଷତ୍ର ଦିବସ


କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ କୋ-ଅପରେଟିଭ୍ ସୋସାଇଟି ଭାବେ ପରିଚିତ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିଲିଃର ମୁଖ୍ୟଶାଖାର ୨୬ତମ ସ୍ୱନକ୍ଷତ୍ର ଦିବସ ପାଳନ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ସମବାୟବିତ୍ ବରିଷ୍ଠ ସମାଜସେବୀ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ସମ୍ପାଦକ ଅରବିନ୍ଦ ସାହୁ, ମୁଖ୍ୟଶାଖା ପରିଚାଳକ ମନୋଜ କୁମାର ସାହୁ, ଏଜିଏମ୍‌(ମାର୍କେଟିଂ) ରମେଶ ସେଠୀ, ଶାଖା ପରିଚାଳକ ପଙ୍କଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶାଖା ଜିଲ୍ଲା ଏବଂ ଜିଲ୍ଲା ବାହାରେ ଥିବା ଶାଖା ଗୁଡ଼ିକରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରି ତାଙ୍କୁ ସ୍ୱାବଲମ୍ବୀ କରିଥିବାରୁ ରାଜ୍ୟରେ ସୁନାମଧନ୍ୟ ଅର୍ଜନ କରିଛି। ଏହି ପ୍ରତିଷ୍ଠା ଦିବସରେ ଋଣ ନେଇ ଠିକ୍ ସମୟରେ ପରିଶୋଧ କରିଥିବା ଦୁଇଜଣ ଋଣଦାତାଙ୍କୁ ଯଥା ଚାନ୍ଦୋଳର କାଳନ୍ଦି ସାହୁ ଓ ପୁରୁଣା ବସ୍‌ଷ୍ଟାଣ୍ଡର ଉର୍ମିଳା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଶାଖା ପରିଚାଳକ ତପନ ମହାନ୍ତି(ଯାଜପୁର) ଓ ରାଜେନ୍ଦ୍ର ପାତ୍ର(ମାର୍ଶାଘାଇ) ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande