
କେନ୍ଦ୍ରାପଡ଼ା, ୧୯ ଜାନୁଆରୀ(ହି.ସ.) – ପୁରୀରୁ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ସମ୍ମୁଖ ସ୍ୱଦେଶୀ ସଂକଳ୍ପ ରଥକୁ ସ୍ୱାଗତ କରିବା ସହିତ ମନୋରଞ୍ଜନ ମିଶ୍ର ଜିଲ୍ଲା ସ୍ୱଦେଶୀ ଜାଗରଣ ମଂଚର ସଭାପତିତ୍ୱରେ ଆଜି ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ପାଇଁ ଆହ୍ୱାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଶ୍ମିରଂଜନ ସେଠୀ, ମାନସ ରଂଜନ ଦାସ, ଶିବାନୀ ଶଙ୍କର ଦାସ, ପ୍ରସନଜିତ୍ ଦାସ, ଅଭିମନ୍ୟୁ ଗୋଚ୍ଛାୟତ, ଶାନ୍ତନୁ ମଲ୍ଲିକ, ଗୀତାଞ୍ଜଳି ସେଠୀ, ନେହେରୁ ସାହୁ, ବିନୋଦ କୁମାର ବେହେରା, ଅନନ୍ତ ଗୋପାଳ ସାହୁ ପ୍ରମୁଖ ସାମିଲ ଥିଲେ ଆସନ୍ତା କାଲି ସକାଳେ ସ୍ୱଦେଶୀ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହେବ।
.......................................
ହିନ୍ଦୁସ୍ଥାନ ସମାଚାର / ରବି