ମହାରାଷ୍ଟ୍ରର ନାସିକରେ ଦୁଇଟି ଗାଡ଼ି ମଧ୍ୟରେ ଧକ୍କା : ଚାରି ମୃତ, ୨୦ ଆହତ
ମୁମ୍ବାଇ, ୧୯ ଜାନୁଆରୀ (ହି.ସ.)- ସୋମବାର ସକାଳେ ମହାରାଷ୍ଟ୍ରର ନାସିକ ଜିଲ୍ଲାର ମାଲେଗାଓଁ-ମନମାଡ ରାଜପଥର ବରାଡେ ଗ୍ରାମ ନିକଟରେ ଏକ ଘରୋଇ ବସ୍ ଏବଂ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ
ମହାରାଷ୍ଟ୍ରର ନାସିକରେ ଦୁଇଟି ଗାଡ଼ି ମଧ୍ୟରେ ଧକ୍କା


ମୁମ୍ବାଇ, ୧୯ ଜାନୁଆରୀ (ହି.ସ.)- ସୋମବାର ସକାଳେ ମହାରାଷ୍ଟ୍ରର ନାସିକ ଜିଲ୍ଲାର ମାଲେଗାଓଁ-ମନମାଡ ରାଜପଥର ବରାଡେ ଗ୍ରାମ ନିକଟରେ ଏକ ଘରୋଇ ବସ୍ ଏବଂ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି ।

ସମସ୍ତଙ୍କୁ ମାଲେଗାଓଁ ଉପ-ଜିଲ୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ମାଲେଗାଓଁ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି ଯେ, ଘରୋଇ ବସ୍ ଟି ପୁଣେରୁ ମାଲେଗାଓଁ ଅଭିମୁଖେ ଯାଉଥିଲା । ବସ୍ ଟି ବରାଡେ ଗ୍ରାମ ନିକଟରେ ପହଂଚିବା ମାତ୍ରେ ଏହା ସାମ୍ନା ପଟୁ ଆସୁଥିବା ଏକ ପିକଅପ୍ ସହିତ ଧକ୍କା ହୋଇଥିଲା । ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଏବଂ ୨୦ ଜଣ ଆହତ ହୋଇଛନ୍ତି ।

ଘଟଣା ସମ୍ପର୍କରେ ଜାଣିବା ପରେ, ମାଲେଗାଓଁ ଥାନା ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ଆହତଙ୍କୁ ମାଲେଗାଓଁ ଉପ-ଜିଲ୍ଲା ଡାକ୍ତରଖାନାରେ ଭର୍ତି କରିଥିଲେ । ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ, ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande