ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ
ନୂଆପଡ଼ା, ୧୯ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ପରିବହନ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଖଡିଆଳ ସ୍ଥିତ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଅଞ୍ଚଳର ଶତାଧିକ ରୋଗ
Magana-chakyu-chikischa sibir


ନୂଆପଡ଼ା, ୧୯ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ପରିବହନ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଖଡିଆଳ ସ୍ଥିତ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଅଞ୍ଚଳର ଶତାଧିକ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ଚିକିତ୍ସା କରିଥିଲେ। ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏହି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଅଛି। ବିଶେଷ କରି ଡ଼୍ରାଇଭର ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହାଦ୍ବାରା ସଡ଼କ ସୁରକ୍ଷା ସାଙ୍ଗକୁ ଚାଳକଙ୍କ ଚକ୍ଷୁ ମଧ୍ୟ ଠିକ ରୂପେ ଦେଖାଯିବା ଏବଂ ଦୁର୍ଘଟଣା ମଧ୍ୟ ହ୍ରାସ ହେବ ବୋଲି ମତ ପ୍ରକାଶ ପାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ଖଡ଼ିଆଳ ଘରୋଇ ବସ ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande