ମା' ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ଖୋଲିଲା : ମିଳିଲା ୧ କୋଟିରୁ ଉର୍ଦ୍ଧ୍ଵ ଟଙ୍କା, ୩୦ ଗ୍ରାମ ସୁନା ଓ ୨୧୫୦ ଗ୍ରାମ ରୂପା
ରାୟଗଡା, ୧୯ ଜାନୁଆରୀ (ହି.ସ.)- ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା'' ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି । ଉକ୍ତ ୯ ହୁଣ୍ଡିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ସମେତ ୩୦ ଗ୍ରାମ ସୁନା ଓ ୨୧୫୦ ଗ୍ରାମ ରୂପା ବାହାରିଥିବା ମନ୍ଦିର ପରିଚାଳନା କମିଟି
ମା' ମଝିଘରିଆଣୀଙ୍କ ମନ୍ଦିର(ଫାଇଲ ଫୋଟୋ)


ରାୟଗଡା, ୧୯ ଜାନୁଆରୀ (ହି.ସ.)- ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି । ଉକ୍ତ ୯ ହୁଣ୍ଡିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ସମେତ ୩୦ ଗ୍ରାମ ସୁନା ଓ ୨୧୫୦ ଗ୍ରାମ ରୂପା ବାହାରିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଏଥିସହିତ ବିଭିନ୍ନ ପ୍ରକାର ୫ଟି ଦେଶର ୨୩ଟି ବିଦେଶୀ ନୋଟ୍ ମଧ୍ୟ ହୁଣ୍ଡିରୁ ବାହାରିଛି । ଯେଉଁଥିରେ ରହିଛି ଆମେରିକା, ଶ୍ରୀଲଙ୍କା ଓ ୟୁଏଇ ଦେଶର ନୋଟ ଓ ମୁଦ୍ରା । ବିଦେଶରେ ରହୁଥିବା କୌଣସି ଭକ୍ତ ମା'ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି । ଏଥିସହ ଗୋଟିଏ ଲେଖାଏଁ ଅଚଳ ୫୦୦ ଓ ୨୦୦୦ ଏବଂ ଗୋଟିଏ ୧ ହଜାର ଟଙ୍କା ନୋଟ୍ ବାହାରିଛି ।

ସକାଳ ୯ଟାରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା । ଦୀର୍ଘ ୮ ଘଂଟା ଧରି ଗଣତି ହୋଇଥିଲା । ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଗଚ୍ଛିତ ରଖାଯାଇଛି । ସେହିଭଳି ସୁନା ଓ ରୁପା ଜିଲା କୋଷାଗାରକୁ ପଠାଇ ଦିଆଯାଇଛିା ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୨୫୦ ଜଣ ସ୍ୱେଚ୍ଛାସେବୀ ସାମିଲ୍ ହୋଇଥିଲେ । ହୁଣ୍ଡି ଖୋଲିବା ଓ ଗଣତି ବେଳେ ପୋଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୨୫ ଜୁଲାଇ ୭ ତାରିଖରେ ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୮୩ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା ବାହାରିଥିଲା । ଏଥିସହିତ ବିଭିନ୍ନ ଦେଶର ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande