ଖଡ଼ିଆଳ ଥାନାରେ ମେଗା ରକ୍ତଦାନ ଶିବିର ଆୟୋଜିତ
ନୂଆପଡ଼ା, ୧୯ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ପୋଲିସ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଶିବିରରେ ଖଡ
Mega blood donation camp


ନୂଆପଡ଼ା, ୧୯ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ପୋଲିସ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଶିବିରରେ ଖଡ଼ିଆଳ ଥାନାଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ସମେତ ଥାନାର ସମସ୍ତ ପୋଲିସ ଓ କର୍ମଚାରୀ ସାମିଲ ହୋଇଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ବ୍ଲଡ଼ବ୍ୟାଙ୍କ କର୍ମଚାରୀ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande