କେନ୍ଦୁପାଟି ସରପଞ୍ଚଙ୍କ ସ୍ୱାମୀଙ୍କ ମହାନତା, ନିଖୋଜ ଯୁବକଙ୍କୁ ଉଦ୍ଧାର କଲେ
ଭବାନୀପାଟଣା, ୧୯ ଜାନୁଆରୀ (ହି.ସ.)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ କେନ୍ଦୁପାଟି ପଂଚାୟତର ସରପଞ୍ଚଙ୍କ ସ୍ୱାମୀ ସୁଧୀର ଗହୀର ନିଜ ଗ୍ରାମ ଚପଟ ଖଣ୍ଡାର ଯୁବକ ଧବଳେ ଗହୀର ପିତା -ଚନ୍ଦ୍ରଶେଖର ଗହିର ପ୍ରାୟ ୨୦୧୭ ମସିହାରେ ମାନସିକ ଭାବରେ କେଉଁଆଡ଼େ ଚାଲି ଯାଇଥିଲେ, ଘର ଲୋକ ଚାରିଆଡେ ଖୋଜା ଖ
କେନ୍ଦୁପାଟି ସରପଞ୍ଚ ଙ୍କ ସ୍ୱାମୀ ଙ୍କ ମହାନତା, ନଅ 9ବର୍ଷ ର ନିଖୋଜ ଯୁବକ ଙ୍କୁ ଉଦ୍ଧାର କଲେ , ଗାଁ ରେ ହସ ଖୁସିର ବାତାବରଣ


ଭବାନୀପାଟଣା, ୧୯ ଜାନୁଆରୀ (ହି.ସ.)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ କେନ୍ଦୁପାଟି ପଂଚାୟତର ସରପଞ୍ଚଙ୍କ ସ୍ୱାମୀ ସୁଧୀର ଗହୀର ନିଜ ଗ୍ରାମ ଚପଟ ଖଣ୍ଡାର ଯୁବକ ଧବଳେ ଗହୀର ପିତା -ଚନ୍ଦ୍ରଶେଖର ଗହିର ପ୍ରାୟ ୨୦୧୭ ମସିହାରେ ମାନସିକ ଭାବରେ କେଉଁଆଡ଼େ ଚାଲି ଯାଇଥିଲେ, ଘର ଲୋକ ଚାରିଆଡେ ଖୋଜା ଖୋଜି କରି ନିରାଶ ହୋଇଥିଲେ l ଏହି ପରିସ୍ଥିତିରେ କରୋନା ରୋଗର କରାଳ ଦୃଶ୍ୟ ରେ ପରିବାର, ବୃଦ୍ଧ ବାପା, ଶିଶୁ ପୁତ୍ର, ନିରୀହ ସ୍ତ୍ରୀ ଅଥୟ ହୋଇ ନିରବ ହୋଇଥିଲେ l ଗରିବ ପରିବାର ମଧ୍ୟରେ ଖାଦ୍ୟ, ସମସ୍ୟା, ମାଟି ଘରେ ଦୀର୍ଘ ୯ ବର୍ଷ କେତେ ଯନ୍ତ୍ରଣାଦାୟକ ଥିଲା ପରିବାରକୁ ଦେଖିଲେ ଜଣାପଡୁଛି, ନିରୀହ ସ୍ତ୍ରୀ ନିଜ ଛୁଆ ପିଲାଙ୍କୁ ଦୁଃଖେ ସୁଖେ ଛୋଟ କୁଡ଼ିଆ ଘରେ ସବୁବେଳେ ଚିନ୍ତାରେ ଜୀବନ ବିତାଉ ଥିଲେ l ଇତି ମଧ୍ୟରେ ନିଖୋଜ ଯୁବକ ଧବଳେ ଗହୀରଙ୍କୁ ଝାରସୁଗୁଡାର ଏକ ସରକାରୀ ଅନୁଷ୍ଠାନ ଆସ ଆଲୋକ ସାମାଜିକ ଅନୁଷ୍ଠାନ ଏହି ଯୁବକଙ୍କୁ ଉଦ୍ଧାର କରି ଆଶ୍ରମରେ ରଖିଥିଲେ l କିଛି ଦିନ ମଧ୍ୟରେ ଧୀରେ ଧୀରେ ଯୁବକର ମାନସିକତାରେ ପରିବର୍ତ୍ତନ ହୋଇ ଗ୍ରାମର ନାମ ଠିକଣା କିଛି କହିବାରୁ ଝାରସୁଗୁଡାର ଜିଲ୍ଲାପାଳ, ବିଧାୟକ, ପୋଲିସ ଅଧ୍ୟକ୍ଷ ତଥା ଅନୁଷ୍ଠାନର ଲୋକ କେନ୍ଦୁପାଟି ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ, ଏବଂ ସମ୍ପୂର୍ଣ ବିବରଣୀ ଆଦାନ ପ୍ରଦାନରେ ସରପଞ୍ଚଙ୍କ ସ୍ୱାମୀ ସୁଧୀର ଗହୀର ଯୁବକର ପୁଅ ସହ ସୁଦୂର ଝାରସୁଗୁଡା ଆସି ଆଲୋକ ଅନୁଷ୍ଠାନ ଆଶ୍ରମରେ ପହଞ୍ଚି ଥିଲେ ଏବଂ ଝାରସୁଗୁଡା ଜିଲ୍ଲାପାଳ, ବିଧାୟକ, ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଧବଳେ ଗହୀରଙ୍କୁ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ । ସସମ୍ମାନ ସହ ଯୁବକଙ୍କୁ ତାଙ୍କ ପରିବାବର୍ଗକୁ ହସ୍ତାନ୍ତର କରିଥିଲେ ସରପଞ୍ଚ ପ୍ରତିନିଧି lଗତକାଲି ସକାଳେ ନିଖୋଜ ଯୁବକ ନିଜ ଗ୍ରାମରେ ପହଂଚିବା ସମୟରେ ଗ୍ରାମରେ ସମସ୍ତେ ଖୁସି ହୋଇଥିଲେ l ଗ୍ରାମ ଦାଣ୍ଡ ଫାଟି ପଡୁଥିଲା, ସରପଞ୍ଚ ପ୍ରତିନିଧିଙ୍କୁ ଗ୍ରାମ ତଥା ଅଞ୍ଚଳର ସମସ୍ତେ ପ୍ରଶଂସା, କୃତଜ୍ଞତା ଜଣାଇଛନ୍ତି, ନଗର କୀର୍ତ୍ତନ ବାଜା ବଜାଇ ଯୁବକ ଓ ସରପଞ୍ଚ ପ୍ରତିନିଧିଙ୍କୁ ପାଛୋଟି ନେଇଥିଲେ l ଏହି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାରେ ସରପଞ୍ଚ ପ୍ରତିନିଧିଙ୍କ ଭୂମିକା ଅଂଚଳରେ ଉଦାହରଣ ସୃଷ୍ଟି କରିଛି l

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande