ଜାତୀୟ ରାଜପଥରେ ଏମିନିଟି ସେଂଟର କରିବା ପାଇଁ ଦାବି
ଜୟପୁର, ୧୯ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଠାରୁ ବୋରିଗୁମ୍ମା ବ୍ଲକ ମଧ୍ୟରେ ଜାତୀୟ ରାଜପଥ କଡରେ ଏମିନିଟି ସେଂଟର କରିବା ପାଇଁ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି। ଜାତୀୟ ରାଜପଥ କଡରେ ପଥପାର୍ଶ୍ୱ ସୁବିଧା କେନ୍ଦ୍ର ଅର୍ଥାତ ଏମିନିଟି ସେଂଟର ନିର୍ମାଣ କରାଗଲେ ଦୁର ଦୁରାନ୍ତରୁ ଆସୁଥ
ଜାତୀୟ ରାଜପଥରେ ଏମିନିଟି ସେଣ୍ଟର କରିବା ପାଇଁ ଦାବି


ଜୟପୁର, ୧୯ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଠାରୁ ବୋରିଗୁମ୍ମା ବ୍ଲକ ମଧ୍ୟରେ ଜାତୀୟ ରାଜପଥ କଡରେ ଏମିନିଟି ସେଂଟର କରିବା ପାଇଁ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି। ଜାତୀୟ ରାଜପଥ କଡରେ ପଥପାର୍ଶ୍ୱ ସୁବିଧା କେନ୍ଦ୍ର ଅର୍ଥାତ ଏମିନିଟି ସେଂଟର ନିର୍ମାଣ କରାଗଲେ ଦୁର ଦୁରାନ୍ତରୁ ଆସୁଥିବା ଡ୍ରାଇଭର ମାନେ ରାତ୍ରୀ ଯାପନ କରିବା ସହ ଅନ୍ୟ ଗାଡି ଚାଳକ ମାନେ ଆରାମର ସୁବିଧା ପାଇପାରିବେ। ଏହି ସେଂଟରରେ ରିଫ୍ରେସମେଂଟ ନିମନ୍ତେ ଜଳପାନ ସହିତ ୱାଇଫାଇ ର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛନ୍ତି। ବିଧାୟକ ଏନେଇ ଜୟପୁର ମଣ୍ଡଳ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଓ ରାଜପଥ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande